ବିବାହ ବାର୍ଷିକୀ ଓ ଜନ୍ମ ଦିବସରେ ଭୋଜନ ଓ ବସ୍ତ୍ର ପ୍ରଦାନ
ବରଗଡ଼ : ୧୩.୦୭.(ନି ପ୍ର )ବରଗଡ଼ ଜିଲ୍ଲା ବିଜେପୁର ନିକଟସ୍ଥ ସମଲେଇପଦର ଠାରେ ଥିବା ପାର୍ବତୀ ଗିରି ବୃଦ୍ଧା ଶ୍ରମ ରେ ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ପରିଧାନ କରିବାକୁ ବସ୍ତ୍ର ଓ ପେଟକୁ ଭୋଜନ ଦାନ କରି ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଥିଲେ ।
ଲାୟନ୍ସ ପ୍ରତାପ ନାୟକ ଙ୍କ ବିବାହ ବାର୍ଷିକୀ ତଥା ପୁତ୍ର ପ୍ରୟାନ ନାୟକ ଙ୍କ ଜନ୍ମ ଦିବସ ପାଳନ ଅବସରରେ ବୃଦ୍ଧା ଶ୍ରମ ର ଅନ୍ତେବାସୀ ମାନଙ୍କ ସହ ମିଠା ବାଣ୍ଟି ନିରାଡମ୍ବର ଭାବେ ତାଙ୍କ ଉତ୍ସବ ପାଳନ କରିଥିଲେ । ଲାୟନ୍ସ ମନୋରଞ୍ଜନ ପୂଜାରୀ ଙ୍କ ଆବାହକତ୍ୱରେ ଏହି ମହତ୍ କାର୍ଯ୍ୟରେ , ନିବେଦିତା ପୂଜାରୀ, ଲଳିତ ଅଗ୍ରୱାଲ, ଅଞ୍ଜନା ଦାଶ ଓ ଆହୁରି ଅନେକ ଯୋଗଦେଇଥିଲେ । ଏହି ପରି କାର୍ଯ୍ୟ ପାଇଁ ସମସ୍ତ ଅନ୍ତେବାସୀ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ଆଶ୍ରମ ର ତତ୍ବାବଧାରକ ଶ୍ରୀ ଜଳନ୍ଧର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
