ପୁଣି ଥରେ ସାମ୍ନାକୁ ଆସିଲା ଅବହେଳିତ ଟ୍ରାନ୍ସଫର୍ମର ଲତା ବୁଦା ଘେରରେ ବିପଦରେ ସାଧାରଣ ଲୋକ
ଅନୁଗୋଳ ଜିଲ୍ଲା ବଅଁରପାଳ ନିକଟସ୍ତ ଗୋତମରା ଯାତ୍ରା ପଡିଆ ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଅବ୍ୟବସ୍ଥା ପୁଣି ଥରେ ସାମ୍ନାକୁ ଆସିଲା ଟ୍ରାନ୍ସଫର୍ମର ଚତ୍ରୁପାର୍ଶ୍ଵରେ ଥିବା ଘନ ଲତା ବୁଦା ଘେରି ରହିଥିବା ବେଳେ ନିକଟରେ ଏକ ସାଧାରଣ ବ୍ୟବହାରର କୁଅ ଥିବାରୁ ଅଞ୍ଚଳ ବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୁଅ ପାଖରେ ଲୋକମାନେ ବସିବା ପାଇଁ ଏକ କଙ୍କର୍ଟି ଚୌକି ଅଛି । ପ୍ରତିଦିନ ଲୋକ ମାନେ ଏହି କୂଅରୁ ପାଣି ଆଣିବା, ଲୁଗା ପଟା ସଫା କରିବା ଓ ଗାଧେଇବା ପାଇଁ ଆସୁଛନ୍ତି ।କୁଅ ନିକଟରେ ଟ୍ରାନ୍ସଫମର ଥିବାରୁ ଯେ କୌଣସି ସମୟରେ ଅଘଟଣ ଘଟିବାର ସମ୍ଭାବନା ରହିଛି । ବିଶେଷ କରି ବର୍ଷା ଋତୁରେ ଲତା ବୁଦା ଓ ଆରୋଦ୍ର ପରିବେଶ ବିଦ୍ୟୁତ ଘଟଣାର ବିପଦକୁ ଆହୁରି ବଢାଇ ଦେଉଛି।
ଅଭିଯୋଗ ହେଉଛି ଯେ ଦ୍ରିଘ ଦିନ ଧରି ବିଦ୍ୟୁତ ବିଭାଗ ପକ୍ଷରୁ ଏହି ଟ୍ରଂସ୍ଫରମର କୌଣସି ରକ୍ଷଣବେକ୍ଷଣା କିମ୍ବା ସଫେଇ କାର୍ଯ୍ୟ କରାଯାଇ ନାହିଁ ।ଫଳରେ ଟ୍ରାନ୍ସଫମର ଚାରି ପାଖରେ ଅନିୟନ୍ତ୍ରିତ ଭାବେ ଲତା ବୁଦା ବଢ଼ି ଯାଇଛି । ସ୍ଥାନୀୟ ବାସନ୍ଦାମାନେ କହିଛନ୍ତି ଯେ ବିଦୁତ୍ୟ ବିଭାଗ ପକ୍ଷରୁ ପ୍ରତବର୍ଷ ରକ୍ଷଣାବେକ୍ଷଣା ନିମନ୍ତେ ଅର୍ଥ ବ୍ୟୟ କାଯାଇଥିବା କୁହାଯାଉଛି। ଏହାର କୌଣସି ପ୍ରତିଫଳନ ଦେଖିବାକୁ ମିଳୁ ନାହିଁ। ଏପରି ଅବହେଳା ଯୋଗୁଁ ଯଦି କୌଣସି ଦୃଘଟଣା ଘଟେ ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠିଛି ।ଅଞ୍ଚଳବାସୀ ବିଦ୍ୟୁତ ବିଭାଗର ଉଚ୍ଚ କତୃପକ୍ଷଙ୍କୁ ଶୀଘ୍ର ଘଟଣା ସ୍ଥଳ ପରିଦର୍ଶନ କରି ଟ୍ରାନ୍ସଫମର ସୁରକ୍ଷା ବ୍ୟବସ୍ତା ଗ୍ରହଣ କରିବା ସହନିୟମିତ ରକ୍ଷଣା ବେକ୍ଷଣ କରିବକୁ ଦାବୀ କରିଛନ୍ତି । ସମୟ ଥାଉ ଥାଉ ପଦକ୍ଷେପ ନିଆଗଲେ ଭବିଷ୍ୟତରେ ଏପରି ଅଘଟଣ ଘଟିବାର ସମ୍ଭାବନା ରହେ ନାହିଁ ।ବୋଲି ବୁଦ୍ଧି ଜିବି ମାନେ କହିଛନ୍ତି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଂଜଦୂତ ଖବର
ପୋର୍ଟାଲ ନିଯୁଜ
