ଡ୍ରେନ ଭିତରେ ଖସି ପଡ଼ିବାରୁ ଯୁବକଙ୍କ ମୃତ୍ୟୁ,
ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ଡାଙ୍ଗରବିଲା ଗ୍ରାମର ଜନୈକ ଯୁବକ ଘର ନିକଟସ୍ଥ ଡ୍ରେନ ଭିତରେ ଖସି ପଡିବାରୁ ଶୋଚନୀୟ ମୃତ୍ୟ ହୋଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ମୁତାବକ ଡାଙ୍ଗରବିଲା ଗ୍ରାମର ସ୍ବର୍ଗତ ରାଙ୍ଗା କିସ୍କୁଙ୍କ ପୁଅ ମଦନ କିସ୍କୁ(୪୫) ଶନିବାର ଅପରାହ୍ନରେ ଗ୍ରାମ ନିକଟସ୍ଥ ବିଲକୁ ଚାଷ କାମରେ ଯାଉଥିବା ବେଳେ କୈଣସି କାରଣରୁ ଘର ପାଖରେ ଥିବା ଡ୍ରେନ ଭିତରେ ଖସି ପଡ଼ିଥିଲେ।ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ଘରଲୋକେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ସେଠାରୁ ଉଦ୍ଧାର କରି ନିକଟସ୍ଥ କିଶାନତାଣ୍ଡି ଡାକ୍ତରଖାନାକୁ ଆଣିଥିଲେ।ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଚିତ୍ରଡା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଡାକ୍ତରଖାନା ପହଞ୍ଚି ମୃତଦେହ ଜବତ କରିବା ସହ ଏନେଇ ମୋରଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଆଜି ଶବବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।
ମୟୁରଭଞ୍ଜ ଜିଲ୍ଲା ମୋରଡା ରୁ ପ୍ରଣବ କୁମାର ଙ୍କ ସହ ସତ୍ୟ କାନ୍ତ ବେହେରା ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ
