Slug -ପଟେରୁ ନଦୀରେ ପର୍ଯ୍ୟଟଣ ବିଭାଗର ସର୍ବେକ୍ଷଣ ଆରମ୍ଭ ହୋଇଛି l
Anchor -ମାଲକାନଗିରି, କାଲିମେଳା, ତା -୧୨/୦୭/୨୦୨୬,କାଲିମେଳା ବ୍ଲକ ଅନ୍ତରଗତ ପଟେରୁ ନଦୀରେ ପର୍ଯ୍ୟଟଣ ବିଭାଗର ସର୍ବେକ୍ଷଣ ଆରମ୍ଭ ହୋଇଛି l ଏହି ସର୍ବେକ୍ଷଣ ରେ ଗୋୟା ରୁ ଆସିଥିବା ଶ୍ରୀଯୁକ୍ତ ଅମିତାଭ ମହିତି, ତାମିଲନାଡୁରୁ ଶ୍ରୀ ଜଗଦିଶ, ଜାମ୍ମୁ କାଶ୍ମୀର ରୁ ଶ୍ରୀ ସଞ୍ଜୟ ସିଂ, କାଲିମେଳା ଜଙ୍ଗଲ ବିଭାଗର ରେଞ୍ଜର ମହାଶୟ ଶ୍ରୀ ବିଜୟ କୁମାର ନାୟକ, ପଟେରୁ ଫୋରେଷ୍ଟର ଶ୍ରୀମତୀ ଶ୍ରୋଧ୍ୟାଞ୍ଜଳି ମିଶ୍ର ଏବଂ ଅନନ୍ୟ ଅଫିସର ମାନେ ଯୋଗଦାନ କରିଥିଲେ l ଏହି ସର୍ବେକ୍ଷଣ ର ମୁଖ୍ୟ ଉଦ୍ଧେଶ୍ୟ ଥିଲା ପଟେରୁ ଅଂଚଳ ର ବିକାଶ ତାସହିତ ପଟେରୁ ନଦୀ ପାଖରେ ଗୋଟିଏ ଭଲ ପର୍ଯ୍ୟଟଣ ସ୍ଥଳ ତିଆରି କରିବା ଏବଂ ଉକ୍ତ ଅଂଚଳର ଶହେ ଜଣ ବେକାର ଯୁବକ ଯୁବତୀ ମାନଙ୍କୁ କର୍ମ ଯୋଗାଇ ଦିଆଯିବ l ଏହା ହିଁ ଥିଲା ଏହି ସର୍ବେକ୍ଷଣର ମୁଖ୍ୟ ଉଦ୍ଧେଶ୍ୟ l ମାଲକାନଗିରି ଜିଲ୍ଲା ପ୍ରତିନିଧି ମୋତିଲାଲ ରାୟଙ୍କ ରିପୋର୍ଟ ଭଞ୍ଜଦୂତ ଖବର l
