କାହାର ସ୍ୱପ୍ନ ଉଜୁଡ଼ି ଗଲା, କାହା କୋଳ ଶୂନ୍ୟ ହେଲା: ମେସ୍ର ଅବହେଳା ନୀତି ପାଇଁ ଗଲା ଛାତ୍ରଙ୍କ ପ୍ରାଣ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଭବିଷ୍ୟତ ଗଢ଼ିବା ପାଇଁ ମେସ ରେ ରହି ପାଠ ପଢ଼ୁଥିଲେ। ହେଲେ ଶବ ହୋଇ ଘରକୁ ଫେରିଛି ସତ୍ୟବ୍ରତ ଙ୍କ ମର ଶରୀର। ଘଟଣା ରୁ ପ୍ରକାଶ ସୋର କଲେଜ ଛକରେ ଥିବା ଏକ ଘରୋଇ ମେସରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସୋର ଥାନା କଣ୍ଟାବାଙ୍କୀ ଗ୍ରାମର ସତ୍ୟବ୍ରତ ନାୟକ କଲେଜ ଛକରେ ଥିବା ବ୍ରାଇଟ ଫିଉଚର ଘରୋଇ ମେସରେ ରହି ସୋର କଲେଜରେ ଯୁକ୍ତ ୩ରେ ପଢୁଥିଲେ। ଆଜି ସକାଳେ ମେଶ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ସୋର କଲେଜ ଛକରେ ଗଢି ଉଠିଥିବା ଅନେକ ଘରୋଇ ମେସର କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ମାନେ ଅସୁବିଧାକୁ ସମ୍ମୁଖୀନ ହେଉଛନ୍ତି। ଗତ କିଛିଦିନ ତଳେ ଜଣେ ସେନା ପାଇଁ ତାଲିମ ନେଉଥିବା ପିଲା ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ଆଜିର ଏଜି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି
