ବିଜୁ ଜନତା ଦଳ ପକ୍ଷରୁ ଝାରପୋଖରିଆ ଥାନାର ନୂତନ ଆଇ.ଆଇ.ସି ଙ୍କୁ ଶୁଭେଚ୍ଛା ଜ୍ଞାପନ
____________________
ସାରସକଣା(୧୦/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ବର୍ତ୍ତୀ ଝାରପୋଖରିଆ ଥାନାରେ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ( ଆଇ.ଆଇ.ସି) ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି ।ଝାରପୋଖରିଆ ଥାନାର ଦାୟିତ୍ୱ ତୁଲାଉଥିବା ଆଇ.ଆଇ.ସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ନୂତନ ଥାନା ଅଧିକାରୀ(ଆଇ.ଆଇ.ସି) ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଝାରପୋଖରିଆ ଥାନାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସାରସକଣା ବ୍ଲକ ସଭାପତି ମଣି ଶଙ୍କର ବାରିକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର କର୍ମକର୍ତ୍ତା ଝାରପୋଖରିଆ ଥାନାର ନୂତନ ଆଇ.ଆଇ.ସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ସାରଙ୍କୁ ଦଳ ତରଫରୁ ସୌଜନ୍ୟ ମୂଳକ ସାକ୍ଷାତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ଝାରପୋଖରିଆ ଅଞ୍ଚଳର ଆଇନ ଶୃଙ୍ଗଳା ରକ୍ଷା କରିବା, ଅପରାଧ ନିୟନ୍ତ୍ରଣ ମୁକ୍ତ କରିବା, ବେଆଇନ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଅଞ୍ଚଳର ସାଧାରଣ ଜନତା କିପରି ନ୍ୟାୟ ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ସାରସକଣାରୁ ଅନିଲ କୁମାର ସାହୁଙ୍କ ଭଞ୍ଜଦୁତ ଖବର ରିପୋର୍ଟ।
