oplus_2097152
ବୌଦ୍ଧ ଜିଲ୍ଲା ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ l
ବୌଦ୍ଧ, ତା ୦୭/୦୭ ବିରନରସିଂହପୁର ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୯ତମ ପ୍ରତିଷ୍ଠା ଦିବସ ସମାରୋହ ଅଧ୍ୟକ୍ଷ ଓମପ୍ରକାଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଯୋଗଦେଇ ବିଦ୍ୟାଳୟ ପ୍ରତି କେବଳ ଶରୀରରୁ ନୁହେଁ ମନରୁ ଭଲ ପାଇବା, ଆନ୍ତରିକତାର ସହ କାର୍ଯ୍ୟକରିବା ଓ ବିଦ୍ୟାଳୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସମସ୍ତ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ସହିତ ଯୋଡିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ସମାଜସେବୀ ତଥା ପ୍ରତିଷ୍ଠାତା ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାକୁଡ଼ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ କ୍ଲଷ୍ଟର ସଂଯୋଜକ ଅର୍ଜୁନ କଂହର, ଆଲୁମିନି କମିଟିର ସଭାପତି ଦେବେନ୍ଦ୍ର କୁମାର ସାହୁ, କେଲାକଟା ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ପୁରାତନ ଛାତ୍ର ଦୁଃଖୁ ଗାଈଗରିଆ ଏବଂ ଆଲୁମିନି ସଦସ୍ୟ ଅଲେଖ ବଗର୍ତ୍ତୀ, ସୁଜ୍ଞାନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୨୦୨୭ ମସିହା ଜୁଲାଇ ୭ ରେ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବକୁ ସଫଳତାର ସହ ଆୟୋଜନ କରିବାକୁ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହାସହିତ ଆଲୁମିନି କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ରରେ ବିଦ୍ୟାଳୟ ବିକାଶ,ଜିଲ୍ଲାର ମିଶନ ଏ ୱାନ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ସ୍ୱତନ୍ତ୍ର ପ୍ରସ୍ତୁତି ଏବଂ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇ ଖୁବ ଶୀଘ୍ର ପ୍ରସ୍ତୁତି ବୈଠକ ଡାକିବାକୁ ନିଷ୍ପତି ନିଆ ଯାଇଥିଲା l ବରିଷ୍ଠ ଶିକ୍ଷକ ତଥା ଆଲୁମିନି ସଦସ୍ୟ ନବକିଶୋର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବିଭୁତି ଭୂଷଣ ମହାକୁଡ଼ ଧନ୍ୟବାଦ ଦେଇଥିଲେ l ବିଦ୍ୟାଳୟର ଶିକ୍ଷକ ରାଜୀବ କଂହର,କୃଷ୍ଣଚନ୍ଦ୍ର ସାହୁ, ଫଣି ଭୂଷଣ ବିଶ୍ୱାଳ , ଅଂଶୁମାନ ପଲିଆ, ଶ୍ରୀକାନ୍ତ କୁଅଁର, ସଚିନ୍ଦ୍ର କଂହର, ବ୍ରଜକିଶୋର ଜଗଦଲା, ସୁଧୀର ସାମନ୍ତରାୟ ଏବଂ ଶିକ୍ଷୟିତ୍ରୀ ରାଜଲଷ୍ମୀ ପ୍ରଧାନ, ଶର୍ମି ଗୋଧୂଳିକା, ପ୍ରେମଲତା ମଲ୍ଲିକ, ପଦ୍ମିନୀ ସାହୁ,ସ୍ମିତାରାଣୀ ପୃଷ୍ଟି , କନିଷ୍ଠ ସହାୟିକା ଶୁଭସ୍ମିତା ପଟ୍ଟନାୟକ, କର୍ମଚାରୀ ପ୍ରତିଭା ପ୍ରଧାନ, ରୀନା ମହାନନ୍ଦିଆ ଓ ସରୋଜ ପ୍ରଧାନ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l
