ସରୋଜିନୀ ସ୍ଵାଇଁ ଫାଉଣ୍ଡେସନ ର ଷଷ୍ଠ ବାର୍ଷିକ ଶ୍ରାଦ୍ଧୋତ୍ସବ। 7 ଜୁଲାଇ 2026
ରିପୋର୍ଟ – ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ଧର୍ମ ଶାଳା ବ୍ଲକ ଅନ୍ତର୍ଗତ, ପଣ୍ଡୁଆ,ଜାରକା ତ୍ରୀନାଥ ମନ୍ଦିର ପ୍ରାଙ୍ଗଣରେ ସରୋଜିନୀ ସ୍ଵାଇଁ ଫାଉଣ୍ଡେସନ ର ଷଷ୍ଠ ବାର୍ଷିକ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଯାଇଛି
ଏହି ଶ୍ରାଦ୍ଧୋତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ, ପଣ୍ଡୀତ କାମଦେବ ଶତପଥୀ, ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ ଯାହା ଶିକ୍ଷଣୀୟ ଓ ଉଚ କୋଟିର ଥିଲା। ସର୍ବ ପ୍ରଥମେ ମଙ୍ଗଳା ଚରଣ ସହିତ ସରୋଜିନୀ ସ୍ଵାଇଁ ଫାଉଣ୍ଡେସନ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଥିଲା।ପରେ ପରେ ସୋ
ସୈାଗଦ୍ଧିକା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ କରିଥିଲେ। ଶ୍ରୀ ରତ୍ନାକର ନାୟକ, ବିଶ୍ଵଜିତ ରାଉତ, ପଣ୍ଡୀତ କାମଦେବ ଶତପଥୀ, ଶ୍ରୀଯୁକ୍ତ ଭିକାରୀ ଚରଣ ମଲିକ ଙ୍କୁ ସୈାଗନ୍ଧିକା ସମ୍ମାନରେ ସମ୍ବର୍ଦ୍ଧୀତ କରାଯାଇ ଥିଲା। ଶେଷରେ ଅନୁଷ୍ଠାନ ତରଫରୁ ଗରିବ ଅସହାୟ ବୃଦ୍ଧ, ବୃଦ୍ଧା ମନକୁ ଶାଢ଼ୀ ଓ ଲୁଙ୍ଗି ବଣ୍ଟନ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ଡକ୍ଟର ପ୍ରଶାନ୍ତ କୁମାର ସ୍ବାଇଁ,ନିମ୍ନ ଚନ୍ଦ୍ର ମହାନ୍ତି ପ୍ରେମଲତା ମହାରଣା, ଧନ୍ୟବାଦ୍ ଅର୍ପଣ କରିଥିଲେ କାହ୍ନୁଚରଣ ଦାସ।
