ବନ ମହୋତ୍ସବ ସପ୍ତାହ ଉଦଯାପିତ।
ଚଣ୍ଡିଖୋଲ ୭/୭/୨୬(ଭଞ୍ଜ ଦୂତ , ଅମିତ ମହାନ୍ତି )ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉଦୀୟମାନ ପକ୍ଷରୁ ଚାଲିଥିଵା ସପ୍ତାହ ବ୍ୟାପୀ ବନ ମହୋତ୍ସବ କାର୍ଯ୍ୟକ୍ରମ ଆଜି ଧାନମଣ୍ଡଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଉଦଯାପିତ ହୋଇଯାଇଛି। ଉଦୀୟମାନ ସବୁଜ ବାହିନୀ ଆନୁକୂଲ୍ୟରେ ଆୟୋଜିତ
ଜୁଲାଇ ଏକ ତାରିଖରୁ ପ୍ରଥମେ ଧର୍ମଶାଳା ବ୍ଲକର ହରିଦାସପୁର ସ୍ଥିତ ଓସେନ୍ ୱନ୍ ପବ୍ଲିକ ସ୍କୁଲରୁ ସୁଭାରମ୍ଭ ହେଇଥିଲା। ପରେ ବଡ଼ଚଣା ମଦର ଟେରେସା ସ୍କୁଲ ଅଫ୍ ନର୍ସିଙ୍ଗ କଲେଜ, ମହାବିନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥ ପ୍ଲେ ସ୍କୁଲ ଧାନମଣ୍ଡଳ,ଧର୍ମଶାଳା ଅଞ୍ଜିରା ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ, ସାଫଲିଙ୍ଗ୍ ପବ୍ଲିକ ସ୍କୁଲ, ୟୁ. ଜି. ପି ଏଲ. ଏନ. ସରକାରୀ ସ୍କୁଲ ନରସିଂହପୁର କାଏମା ଆଦି ବିଦ୍ୟାଳୟ ମାନଙ୍କରେ ଆମ୍ବ, ପିଜୁଳି, ଅଂଳା, ଚମ୍ପା, ଅଶୋକ ଆଦି ବିଭିନ୍ନ ଚାରାଗଛ ଲଗାଯିବା ସହିତ ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ,ବ୍ୟାନର ମାଧ୍ୟମରେ ସଚେତନତା ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଜନସାଧାରଣ ମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ସଚେତନ କରାଇଥିଲେ। ଆଜି ଅନ୍ତିମ ଦିବସରେ ଧାନମଣ୍ଡଳ ଶିଶୁ ବିଦ୍ୟାମନ୍ଦିରରେ ଏହାକୁ ଉଦଯାପିତ କରାଯାଇଛି।
ବିଦ୍ୟାଳୟର ସଭାପତି ରବୀନ୍ଦ୍ର କୁମାର ମହାନ୍ତିଙ୍କ ସଭାପତିତ୍ୱ ଆୟୋଜିତ ସଭାରେ ଉଦଘାଟକ ଭାବରେ ସମାଜସେବୀ ରାମଚନ୍ଦ୍ର ଶୁକ୍ଳ ପ୍ରଦୀପ ପ୍ରଜ୍ବଳନ କରି ଧରିତ୍ରୀ ମାତାଙ୍କୁ ଵନ୍ଦାପନା କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ ଅଜୟ କୁମାର ଲେଙ୍କା, ମୁଖ୍ୟବକ୍ତା ପ୍ରଫେସର ବସନ୍ତ କୁମାର ନାୟକ, ସମ୍ମାନିତ ବକ୍ତା ପ୍ରଧ୍ୟାପକ ପବିତ୍ର କୁମାର ମହାଲା, ସମ୍ମାନିତ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁ ପ୍ରମୁଖ ଯୋଗ ଦେଇ ବନ ମହୋତ୍ସବ ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବହୁ ମୂଲ୍ୟବାନ ଉପାଦେୟ କଥା ବସ୍ତୁ ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଉଦୀୟମାନ ସବୁଜ ବାହିନୀର ସଂପାଦକ ତାପସ କୁମାର ସ୍ବାଇଁ ଅତିଥି ପରିଚୟ, ଉଦୀୟମାନ ମହିଳା ସଂଗଠନର ସଂପାଦିକା ଅରୁଣୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।
ପରେ ପରେ ବିଦ୍ୟାଳୟ ପରିସରରେ ଅତିଥି ଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ସ୍ବେଛାସେବୀ ଗଣ ବ୍ୟାପକ ଫୁଲ, ଫଳ ଓ ଔଷଧିୟ ଚାରାଗଛ ରୋପଣ କରାଯାଇଥିଲା। ଏହାକୁ ପରିବେଶ କର୍ମୀ ଅନିଲ କୁମାର ଦାସ,ପ୍ରଭୁଲାଲ ମାରୁ, କ୍ଷୀରୋଦ ଚନ୍ଦ୍ର ଦାଶ,ବିନୋଦ ରଥ, ବିପନ କୁମାର ବେହେରା, ଶ୍ରୀକାନ୍ତ ସିଂ, ଅନିଲ କୁମାର ପାତ୍ର,ସୁବାଷ କୁମାର,ସରସ୍ବତୀ ସିଂ, ରାଧାରାଣୀ ରଥ ପ୍ରମୁଖ ବୃକ୍ଷ ରୋପଣ କରିବାରେ ସହଯୋଗ କରିଥିଲେ ।
ଏହି ଉଦଯାପନୀ ଉତ୍ସବ ପରେ ପରେ ବର୍ଷା ରିତୁ ୩ ମାସ ଧରି ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ କରାଯିବା ନେଇ
ମହିଳା ସଂଗଠନର କାର୍ଯ୍ୟ୍ୟକାରୀ ସଭାନେତ୍ରୀ ଗାୟତ୍ରୀ ରାଉତ ପ୍ରକାଶ କରିଛନ୍ତି।
