🚨 ବାଇକରେ ଆସିଲେ, ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍!
ବସ୍ତା:-(ସେଖ ଆଜାରୁଦ୍ଦିନ) ନି.ପ୍ର
ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଦରଡା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତମାନେ ବାଇକରେ ଆସି ବନ୍ଧୁକ ଦେଖାଇ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।
