ଆଳତୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
କାମାକ୍ଷାନଗର-(ରିପୋର୍ଟ-ଧର୍ମାନନ୍ଦ ସେଠି )
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ଆଳତୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ, ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଶୁଭମୟ ନନ୍ଦ,ଅବସରପ୍ରାପ୍ତ ଶିକ୍ଷାବିତ ବଟକୃଷ୍ଣ ଦାସ,ଅଲମୁନି ସଭାପତି ବାଳକୃଷ୍ଣ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ପ୍ରାରମ୍ଭରେ ପରିସରରେ ଥିବା ପଞ୍ଚସଖାଙ୍କ ନିକଟରେ ଫୁଲ ଚନ୍ଦନ ଦେବା ପରେ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରାଯାଇ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଗୀତା ମହାନ୍ତି, ପୂଜା ସାମନ୍ତରାୟ, ବର୍ଷା ମହରୀ, ଅଲିଭା ସାହୁ, ଲୋପାମୁଦ୍ରା ସାହୁ, ଵେଟୁନ ସାହୁ, ସଂଯୁକ୍ତା ଜେନା, ନିଗମାନନ୍ଦ ରାଉଳ, ଦୀପ୍ରିମୟୀ ଟୁଡୁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ l
