*ନୂଆପଡ଼ା ଜିଲ୍ଲା ରେ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଅନୁଷ୍ଠିତ, ଆସନ୍ତା ୨୮ ତାରିଖ ରେ ପରିଗଣନା ଫର୍ମ ପୂରଣ ଅବଧି ଶେଷ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୦୭.
ନୂଆପଡ଼ା ଜିଲ୍ଲା ରେ ନିର୍ବାଚନ କମିଶନ୍ ଙ୍କ ନିର୍ଦ୍ଧେଶ କ୍ରମେ ସତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଅନୁଷ୍ଠିତ, ଆସନ୍ତା ୨୮ ତାରିଖ ରେ ପରିଗଣନା ଫର୍ମ ପୂରଣ ଅବଧି ଶେଷ ହେବା ନେଇ ବିଲ୍ଓ ପରିଗଣନା ଅଧିକାରୀ ମାନେ ଘର ଘର ଯାଇ ଏହି କାର୍ଯ୍ୟକ୍ରମ କୁ ଗୁରୁତ୍ବ ଦେଇ ଫର୍ମ ପୁରାଣ କରୁଛନ୍ତି। ନୂଆପଡ଼ା ଜିଲ୍ଲା ରେ ସ୍ଵତନ୍ତ୍ର ସଘନ କାର୍ଯ୍ୟକ୍ରମ ବ୍ୟାପକ ଅଗ୍ରଗତି ହୋଇଥିବା ବେଳେ ୯୦% ପ୍ରତିଶତ ରୁ ଅଧିକା ଫର୍ମ ପୂରଣ ହୋଇଥିବା ଜଣାପଡିଛି। ଆଜି ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୭ ରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ କାର୍ଯ୍ୟରେ ସଠିକ୍ ଏବଂ ନିର୍ଭୁଲ ତଥ୍ୟ ଦାଖଲ ପାଇଁ ଦୁଇ ଜଣ ବିଲ୍ଓ ବିଶ୍ୱାମିତ୍ର ବନ୍ଦିଛୋର, ଧୀରେନ୍ଦ୍ର ରଥ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତିନି ଜଣ ଅଙ୍ଗନୱାଡି ସୁନିତା ଭୋଇ, ରୁପେଶ୍ୱାରୀ ଠାକୁର ଏବଂ ସ୍ୱର୍ଣ୍ଣ ପ୍ରଭା ତାଣ୍ଡି ଦାୟିତ୍ୱ ନିର୍ବାହ କରି ସଘନ କାର୍ଯ୍ୟକ୍ରମ କୁ ସହଯୋଗ କରୁଛନ୍ତି। ଆସନ୍ତା ୨୮ ତାରିଖ ଦିନ ପରିଗଣନା ଫର୍ମ ପୂରଣ ଶେଷ ହେବାକୁ ଥିବା ବେଳେ ନାଗରିକଙ୍କୁ ବିଶେଷ ଅନୁରୋଧ କରିଛନ୍ତି। ବକେୟା ଥିବା ଵ୍ୟକ୍ତିଙ୍କୁ ନିଜ ସୂଚନା ଦେବାକୁ ଆହ୍ୱାନ କରିଛନ୍ତି ।
