*ନୂଆପଡ଼ାରେ ଡିଡିସି ଓ ଡିଏଲଆରସି ବୈଠକ: ଋଣ ପ୍ରଦାନ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଗତି ସମୀକ୍ଷା, ଶଶୀଭୂଷଣ ପାଣିଗ୍ରାହୀଙ୍କୁ ‘ବ୍ୟାଙ୍କ ପରମ ମିତ୍ର’ ପୁରସ୍କାର*
ନୂଆପଡା(ମିଖାଏଲ ନନ୍ଦ) ତା.:୨୫/୦୬:
ନୂଆପଡ଼ା ଜିଲ୍ଲାରେ ଡିଡିସି ଏବଂ ଡିଏଲଆରସି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ଏଲଡିଏମ ହରିଶଙ୍କର ନିଆଲ ସମସ୍ତଙ୍କୁ ସ୍ୱାଗତ କରି ବାର୍ଷିକ ଋଣ ଯୋଜନାର ଲକ୍ଷ୍ୟ, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଚାଷ ଏବଂ ଅନ୍ୟାନ୍ୟ ବିଭାଗକୁ ଋଣ ପ୍ରଦାନ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ସଂଯୋଗ ଆଦି ବିଷୟ ଉପରେ ସମୀକ୍ଷା କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ ଦାଶ ବିଭିନ୍ନ ବ୍ୟାଙ୍କ ଓ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ସମୟୋପଯୋଗୀ ଋଣ ସହାୟତା ଯୋଗାଇବା ଏବଂ ସରକାରୀ ଆର୍ଥିକ ଯୋଜନାଗୁଡ଼ିକର ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ଥିକ ସହାୟତା, କୃଷି ଋଣ ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଋଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବ୍ୟାଙ୍କ ଓ ଅନୁଷ୍ଠାନଗୁଡ଼ିକୁ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା।
ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବ୍ୟାଙ୍କ ଭାବେ ସମ୍ମାନିତ ହୋଇଥିଲେ।
