*ପରିଚାଳନା ପରିଷଦ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା।*
ଢେଙ୍କାନାଳ( ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଗଁଦିଆ ତା ୨୫/୬/୨୦୨୬
ଗତ ଜୁନ୍ ମାସ ସତର ତାରିଖ ଦିନ ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ରେ ଯୋଗ ଦାନ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କନ୍ୟାକୁମାରୀ ଭୂତିଆ ଙ୍କୁ ଉକ୍ତ ବିଦ୍ୟାଳୟର ଏସ୍ ଏମ୍ ଡି ସି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ବରିଷ୍ଠ ସଭ୍ୟ ତଥା ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ବିଜୟ କୁମାର ସାମନ୍ତ,ପଞ୍ଚ ସଖା ଶିକ୍ଷା ସେତୁ କମିଟି ନୂଆଗଡ ର ସଭାପତି ତୁଷାର କାନ୍ତ ବରାଳ ଙ୍କ ନେତୃତ୍ବରେ ପୁଷ୍ପଗୁଛ ଉତ୍ତରୀୟ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଅଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ସାମିଲ ହୋଇଥିଲେ। ବରିଷ୍ଠ ସଭ୍ୟ ଶ୍ରୀ ସାମନ୍ତ ପବିତ୍ର ଅନୁଷ୍ଠାନ ର ସଫଳତା ପାଇଁ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭୂତିଆ ଙ୍କ ଆଗମନ ବିଦ୍ୟାଳୟ ପାଇଁ ମାର୍ଗ ଦର୍ଶକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ପଞ୍ଚ ସଖା ଶିକ୍ଷା ସେତୁ କମିଟି ସଭାପତି ଶ୍ରୀ ବରାଳ ବିଦ୍ୟାଳୟ ର ଅତିତ ଇତିହାସ କୁ ସ୍ମରଣ କରି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭୂତିଆ ବିଦ୍ୟାଳୟ କୁ ଅନେକ ପଥ କୁ ଆଗେଇ ନେବାକୁ ଅନୁରୋଧ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭୂତିଆ ସମସ୍ତ ଙ୍କ ସକ୍ରୀୟ ସହଯୋଗ ନିଶ୍ଚିତ ରୂପେ ଉକ୍ତ ବିଦ୍ୟାଳୟର ଗାରିମା ବୃଦ୍ଧି କରିବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟ କ୍ରମ ରେ ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିବାଳା ସାମଲ ,ଶିକ୍ଷକ ଅଭୟ କୁମାର ଶତପଥୀ, ଅରୁଣ ଧାରୁଆ, ଶିକ୍ଷୟିତ୍ରୀ ଦିପିକା ପଢିଆରୀ, ତପସ୍ଵିନୀ ସାହୁ , ପ୍ରଜ୍ଞାସିନୀ ଶତପଥୀ, ଶିକ୍ଷକ ଅମୂଲ୍ୟ ବେହେରା, କର୍ମଚାରୀ ଗୋବର୍ଦ୍ଧନ ବେହେରା ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ସ୍ବାଗତ ଜ୍ଞାପନ କରିଥିଲେ।
