ଖର୍ଦ୍ଦାସାହି ଗ୍ରାମ ବିଷ୍ନୁ ମନ୍ଦିର ର ଯଜ୍ଞ ପୂର୍ଣ୍ଣାହୁତି ଶେଷ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଖର୍ଦ୍ଦାସାହି ଗ୍ରାମରେ ଅବସ୍ଥିତ ବିଷ୍ନୁ ମନ୍ଦିର ର ଦ୍ଵାଦଶ ତମ ମହାଯଜ୍ଞ ପୂର୍ଣ୍ଣାହୁତି ବେଶ୍ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି। ଖର୍ଦ୍ଧାସାହି ଗ୍ରାମ ଟି ଗୋଟେ ଛୋଟ ଗାଁ ହୋଇଥିଲେ ବି ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମ ବଳରେ ଆଜି ଏ ମନ୍ଦିର ଟି ବେଶ ସୁନାମ ଅର୍ଜନ କରିସାରିଲାଣି। ରବିବାର ଦିନ ଠାରୁ ଯଜ୍ଞ ଆରମ୍ଭ ହୋଇ ଅଙ୍କୁରରୋପଣ , ସୂର୍ଯ୍ୟ ପୂଜା, କଳସ ସ୍ଥାପନ ଓ ଅଗ୍ନିସ୍ଥାପନ ହୋଇଥିବା ବେଳେ ବୁଧବାର ଦିନ ପୂର୍ଣ୍ଣାହୁତି ଭକ୍ତମାନ ଙ୍କ ଭିଡରେ ଶେଷ ହୋଇଥିଲା। ପାଞ୍ଚଦିନ ବ୍ୟାପି ହୋଇଥିବା ଏହି ଯଜ୍ଞ କାର୍ଯ୍ୟକ୍ରମରେ ପ୍ରବଚନ କାର୍ଯ୍ୟକ୍ରମ ଏକ ନିଆରା ଅନୁଭୂତି ସ୍ରୁଷ୍ଟି କରିଥିଲା। ଏହି ପ୍ରବଚନ କାର୍ଯ୍ୟକ୍ରମ ର ମୁଖ୍ୟ ବିନ୍ଧାଣୀ ତଥା ରେଢୁଆ ସ୍ଥିତ ରଘୁନାଥଜୀଉ ମନ୍ଦିରର ପ୍ରତିଷ୍ଠାତା ମଙ୍ଗଳ ଦାସ ମହାରାଜ ଙ୍କ ପ୍ରବଚନ ଭକ୍ତମାନଙ୍କୁ ବେଶ୍ ଆକର୍ଷିତ କରିପାରିଥିଲା। ଏହି ଯଜ୍ଞ ଅନୁଷ୍ଠାନ ରେ କର୍ତ୍ତା ଭାବେ ସରୋଜ ରାୟ ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସ୍ନା ରାୟ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ବିପିନୀ ବିହାରୀ ନାୟକ, ରବୀନ୍ଦ୍ରନାଥ ନାୟକ, ନିମାଇଁ ଚରଣ ନାୟକ, ଶ୍ରୀନିଵାସ ନାୟକ, ପ୍ରମୋଦ ବସ୍ତିଆ, ଦିବାକର ନାୟକ, ବିଷ୍ଣୁ ଚରଣ ସ୍ଵାଇଁ, ବୈଷ୍ଣବ ଚରଣ ନାୟକ, ରମାକାନ୍ତ ସ୍ଵାଇଁ, ଭିକାରୀ ଚରଣ ମହାନ୍ତି, ଅମିୟ କୁମାର ରାୟ ଓ ରଞ୍ଜନ କୁମାର ଲେଙ୍କା ପ୍ରମୁଖ ସହୋଯାଗ କରିଥିଲେ। ଏହି ମନ୍ଦିର କମିଟି ପକ୍ଷରୁ ଯଜ୍ଞ ଆରମ୍ଭ ଦିନ ଠାରୁ ପୂର୍ଣ୍ଣାହୁତି ଶେଷ ପର୍ଯ୍ୟନ୍ତ ଦିନ, ରାତି ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।
