*ନୂଆପଡ଼ାରେ ସୁଚାରୁ ଭାବେ ଚାଲିଛି ଧାନ କ୍ରୟ : ୭,୪୬୨ ଚାଷୀଙ୍କଠାରୁ ୩.୮୦ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୨୦/୦୬:
ନୂଆପଡ଼ା ଜିଲ୍ଲାରେ ରବି ଧାନ କ୍ରୟ ପ୍ରକ୍ରିୟା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତଦାରଖ ଓ ନିୟମିତ ସମୀକ୍ଷାରେ ସୁଚାରୁ ଭାବେ ଅଗ୍ରସର ହେଉଛି। ଚାଷୀମାନେ ନିର୍ବିଘ୍ନରେ ନିଜ ଧାନ ବିକ୍ରି କରିପାରନ୍ତୁ ସେଥିପାଇଁ ପ୍ୟାଡି ପର୍ଚେଜ ସେଣ୍ଟର (ପିପିସି)ଗୁଡ଼ିକରେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯିବା ସହ ନିରନ୍ତର ତଦାରଖ ଜାରି ରହିଛି।ଆଜି ଜିଲ୍ଲାର ୪୦ଟି ପିପିସି କାର୍ଯ୍ୟକ୍ଷମ ରହିଥିବାବେଳେ ମୋଟ ୨୬,୫୪୭.୪୨ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି। ମୋଟ ୫୨୩ ଜଣ ଚାଷୀ ନିଜ ଉତ୍ପାଦିତ ଧାନ ବିକ୍ରି କରିଛନ୍ତି।
ଜିଲ୍ଲାର ମୋଟ ୫୧ଟି ପିପିସି ମାଧ୍ୟମରେ ୨୦ ଜୁନ ସୁଦ୍ଧା ସାମଗ୍ରିକ ଭାବେ ୩,୮୦,୯୯୭.୦୯ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବାବେଳେ ୭,୪୬୨ ଜଣ ଚାଷୀନିଜ ଧାନ ବିକ୍ରି କରି ଉପକୃତ ହୋଇଛନ୍ତି।ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ ଚାଷୀ-ହିତୈଷୀ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ସମୀକ୍ଷା ଓ ତ୍ୱରିତ ସମନ୍ୱୟ ଜାରି ରହିଛି। ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଧାନ କ୍ରୟ କାର୍ଯ୍ୟକୁ ସଫଳ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଢ଼ ପ୍ରତିବଦ୍ଧ ରହିଛି।
