*ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୬.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କୋମନା ବ୍ଲକ ଅଧ୍ୟକ୍ଷ ଅନୁସୟା କୁମ୍ଭାର ଯୋଗ ଦେଇ ସରକାରଙ୍କ ଉଲ୍ଲେଖନୀୟ ଯୋଜନା ଉପରେ ଆଲୋକପାତ କରିଥିଲେ। ସଭାରେ ବିକାଶର ଧାରା ଓଡ଼ିଶା ସାରା ରାଜ୍ୟ ସରକାରଙ୍କ ୨ ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରା ଯାଇଥିଲା। ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ୍ ଲାଗି ଥିଲା କୋମନା ବିଡିଓ ପ୍ରଦୀପ କୁମାର ସାମଲ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଜୟ ଦେବ ପ୍ରଧାନ, ଭେଳା ସରପଞ୍ଚ ବିମଳ ଯୋଶୀ ଅତିଥି ଭାବେ ଯୋଗଦାନ କରିଥିଲେ l ଏବିଡିଓ ଭକ୍ତବନ୍ଧୁ ବୁଡେକ୍ ସଭା ପରିଚାଳନା କରିଥିଲେ l
