ହାଣ୍ତିଧୁଆ ଅଣ୍ତରପାସ୍ ବର୍ଷା ହେଲେ ଆଣ୍ଠୁଏ ପାଣି,ଏସିରେ ବସି ସୋଇପଡ଼ିଛନ୍ତି ସରକାରି ବାବୁ
ତାଳଚେର ୧୯/୬(ନିପ୍ର ) ତାଳଚେର ପୌରାଞ୍ଚଳର ୧୮ନଂ ଓ୍ଵାଡ୍ ଏହି ଓ୍ଵାଡ୍ ରେ ପାନୀୟଜଳ ସମସ୍ୟା ହେଉଥିବା ବେଳେ ଅଣ୍ତରପାସ୍ ତଳେ ବର୍ଷ ତମାମ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁଚନା ମୁତାବକ ହଣ୍ତିଧୂଆ ଛକ ଅଞ୍ଚଳରେ ବହୁ ବର୍ଷ ହେଲା ରେଳ ଧାରଣା ଯାଇଥିବାରୁ ଲୋକମାନେ ଯାତାୟତ ରେ ହୋଇରାଣ ହେଉଥିଲେ। ବହୁ ଦାବି ପରେ ହାଣ୍ତିଧୂଆ ରୁ ତାଳଚେର ଆଡ଼କୁ ଯାତାୟାତ ରାସ୍ତାରେ ଅଣ୍ତରପାସ୍ ନିର୍ମାଣ ହେଲା କିନ୍ତୁ ଅଣ୍ତରପାସ୍ ନିର୍ମାଣ ବେଳେ ତ୍ରୁଟି ଯୋଗୁଁ ଏଠାରେ ବର୍ଷ ତମାମ ପାଣି ଜମି ରହିଛି। ତାଳଚେର ସହରର ମୁଖ୍ୟ ରାସ୍ତା ହୋଇଥିବାରୁ ଜମି ରହୁଥିବା ପାଣି ଉପରେ ଲୋକମାନେ ଯାତାୟତ କରୁଛନ୍ତି। ରାସ୍ତାରେ ଆଣ୍ଠୁଏ ଖାଲ ସୃଷ୍ଟି ହୋଇଛି। ବାଇକ୍ ଚାଳକ ସାମାନ୍ୟ ସାବଧାନତା ହୋଇ ଖାଲରେ ପଡି ଦୂର୍ଘଟଣାଗ୍ରସ୍ତ ହେଉଛନ୍ତି। କେବଳ ସେତିକି ନୁହେଁ ଉକ୍ତ ଅଣ୍ତରପାସ୍ ଠାରୁ ହାଣ୍ତିଧୁଆ ଛକ ମଧ୍ୟରେ ଶତାଧିକ ଦୋକାନ ସହିତ ପୌରାଞ୍ଚଳବାସୀ ବସବାସ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ମଧ୍ୟ ସେହି ଅଞ୍ଚଳରେ ରହିଛି। ହେଲେ ତାଙ୍କ ଘର ଅଞ୍ଚଳରେ ପାନୀୟଜଳ ନମିଳିବା ସହିତ ଅନ୍ୟ ଜନସାଧାରଣଙ୍କୁ ପାଣି ଯୋଗାଣ ନଦେବା ସବୁଠାରୁ ବିଡ଼ମ୍ବର ବିଷୟ ପାଲଟିଛି। ଏହାକୁ ନେଇ ହାଣ୍ତିଧୁଆବାସୀ ବାରମ୍ବାର ପିଏଚଡ଼ି ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କାର୍ଯ୍ୟ ହେଉନି।
