ସାରସକଣା/ଜାମଶଳା(ଅନିଲ କୁମାର ସାହୁ) :- ମୟୂରଭଞ୍ଜ ଜିଲ୍ଲା ସରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ବଜାର ଠାରୁ ସାରସକଣା ବ୍ଲକ ଦେଇ ଯାଇ ଥିବା ଶଙ୍ଖାଭଙ୍ଗାର ମୁଖ୍ୟ ରାସ୍ତାଟି ଅନେକ ବର୍ଷ ହେବ ସମ୍ପୁର୍ଣ୍ଣ ରାସ୍ତାଟି ମଝିରେ ମଝିରେ ବଡ ଗାତ ହୋଇ ନାହିଁ ନ ଥିବା ଅବସ୍ତାରେ ପଡ଼ି ରହି ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଅଛି।ତେବେ ଏହି ରାସ୍ତାଟିର ସମ୍ପୁର୍ଣ୍ଣ ମରାମତି ପାଇଁ ଅଞ୍ଚଳର ଜନସାଧାରଣ ମାନେ ଉପରିସ୍ଥ ଅଧିକାରୀ ମାନଙ୍କୁ ଲିଖିତ ଆକାରରେ ବାରମ୍ବାର ଜଣାଇଥିବା ବେଳେ ବର୍ତମାନ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବାର ଜଣାପଡିଛି।ବାଧ୍ୟ ହୋଇ ଜନସାଧାରଣ ମାନେ ଆଜିକୁ ପ୍ରାୟ ଦୁଇ ବା ତିନି ଦିନ ହେବ ରାସ୍ତାର ଉନ୍ନତି କରଣ ପାଇଁ ରାଜରାସ୍ତା ଅବରୋଧ କରିବା ବିଷୟକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଏ ରାସ୍ତା ଅବରୋଧରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ଏ ସବୁ ଦେଖି ପ୍ରଶାସନ ତରବରିଆ ଭାବେ ରାସ୍ତାଟିର ପେଚିଂ କାମ ଆରମ୍ଭ କରିଥିଲେ।ତେବେ ଏହି ପେଚିଙ୍ଗ କମଟିରେ ଥିବା ବଡ ବଡ ଗାତ ଗୁଡିକରେ ବଡ ବଡ ମେଟାଲ ଏବଂ ପଥର ଗୁଣ୍ଡ ଦେଇ ଏପରି ପେଚିଙ୍ଗ ବା ମରାମତି କରାଯାଇଅଛି କି ତାହା ଆହୁରି ବିପଦ ସୃଷ୍ଟି କରିଅଛି।ଏହାକୁ ଦେଖି ସେହି ଅଞ୍ଚଳର ଜନସାଧାରଣ ମାନେ ଆସି ଉକ୍ତ ରାସ୍ତାର ମରାମତି କାର୍ଯ୍ୟକୁ ଦୃଷ୍ଟିରେ ରାସ୍ତାର ମରାମତି କାର୍ଯ୍ୟକୁଟିକୁ ବନ୍ଦ କରିଥିଲେ।ତେବେ କିଛି ସମୟ ପରେ ସାରସକଣା ବ୍ଲକର ବିଡିଓ ପୋଲିସ ସହ ଆସି ଉକ୍ତ ରାସ୍ତା ସମ୍ବନ୍ଧରେ ଆଲୋଚନା କରି ଏହାର ଉପଯୁକ୍ତ ପଦକ୍ଷେପ ନେବାକୁ କହିବା ପରେ ଜନସାଧାରଣ ମାନେ ଆନ୍ଦୋଳନରୁ ହଟିଥିଲେ।
