ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଦିଲ୍ଲୀରୁ ଗହଣା ଚୋରି ଘଟଣାରେ ସୋର ପୋଲିସ ସହାୟତାରେ ସୋରରୁ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ସୂଚନା ଅନୁସାରେ ସୋର ଥାନା ରଘୁନାଥପୁର ଗ୍ରାମର ଜିତେନ୍ଦ୍ର ମଳିକ ଦକ୍ଷିଣ ଦିଲ୍ଲୀ ସକେଟ ଥାନା ଅଂଚଳର ଜଣେ ବ୍ୟବସାୟୀଙ୍କ ଘରେ ରହି କାମ କରୁଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ବ୍ୟବସାୟୀଙ୍କ ଘରୁ ୫୦ ଲକ୍ଷରୁ ଉର୍ଦ୍ବ ଟଙ୍କାର ଗହଣା ଓ ନଗଦ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ଜଣଙ୍କ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୦୨/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଗତ ଦୁଇଦିନ ତଳେ ଦିଲ୍ଲୀ ପୋଲିସ ସୋରରେ ପହଂଚି ସୋର ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଙ୍କ ସହାୟତାରେ ଏକ ଟିମ୍ ଗଠନ କରି ସୋର ବ୍ଳକ ରଘୁନାଥପୁର ରୁ ଜିତେନ୍ଦ୍ରଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ପରେ ଗହଣା ବିକ୍ରି କରାଯାଇଥିବା ଦୋକାନୀ ଇରମ ଅଂଚଳର ଦିଲୀପ କୁମାର ସାହୁ ଓ ସହଯୋଗୀ ବଗଦା ଗ୍ରାମର ଶ୍ରୀକାନ୍ତ ମଳିକକୁ ଗିରଫ କରି ଆଜି ଦିଲ୍ଲୀ ଅଭିମୁଖେ ନେଇଥିବା ଜଣାପଡିଛି।
