କାଲିମେଳା -୧୭/୦୬/୨୦୨୬
ଗଂଜେଇ ଚୋରା ଚାଲାଣ ରୋକିବାରେ କାଲିମେଳା ପୋଲିସକୁ ମିଳିଛି ବଡ଼ ସଫଳତା।
ମାଲକାନଗିରି ଜିଲ୍ଲାର କାଲିମେଳା ଥାନାରୁ ଆସିଛି ଏକ ବଡ଼ ଖବର। ଆଜି କାଲିମେଳା ଥାନା ପୋଲିସକୁ ଗଂଜେଇ ଚୋରା ଚାଲାଣ ବିରୋଧରେ ବଡ଼ ସଫଳତା ମିଳିଛି। କାଲିମେଳା ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳଙ୍କ ସୂଚନା ଅନୁସାରେ ଗୁପ୍ତ ସୂଚନା ଆଧାରରେ କାଲିମେଳା ଥାନା ଅନ୍ତର୍ଗତ ପୋତାଖାଲ କେନାଲ ଛକ ଠାରୁ ସାତ କିଲୋମିଟର ଦୂରରୁ ପୋଲିସ ଚାରିଜଣ ଗଂଜେଇ ଚୋରା ଚାଲାଣ କରୁଥିବା ଯୁବକକୁ ଗିରଫ କରିଛି। ଏହି ଚାରିଜଣ ଯୁବକ ହେଲେ ୧- ଜିସାନ(୩୨) ପିତା ମହମ୍ମଦ ଇରଫାନ୍, ଗ୍ରାମ ନିୟାଜୁପୁରା, ଜିଲ୍ଲା ମୁଜାଫରନଗର, ଉତ୍ତର ପ୍ରଦେଶ।୨- ଆଫତାବ ଅଲି(୨୪) , ପିତା ଉମ୍ମେଦ ଅଲି, ଗ୍ରାମ ଇସଲାମ ନଗର, ଉତ୍ତର ପ୍ରଦେଶ।୩- ଆରମାନ ଖାନ, (୧୯) ପିତା ଦିଲସାନ ଖାନ୍, ଗ୍ରାମ ଲୋନି, ଜିଲ୍ଲା ବାଘପାଥ , ଉତ୍ତର ପ୍ରଦେଶ। ୪- ଇରମା ପୋଡ଼ିଆମି, ପିତା ମୁକା, ଗ୍ରାମ ଦରବାଗୁଡ଼ା, ମାଲକାନଗିରି।ଏହି ଧରପଗଡ ସମୟରେ ପୋଲିସ ସେମାନଙ୍କ ଠାରୁ ତିନୋଟି ମଟର ସାଇକେଲ ସହିତ ଚାରୋଟି ମୋବାଇଲ ଫୋନ ଏବଂ ଶହେ କେଜି ଗଞ୍ଜେଇ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀଯୁକ୍ତ ବିଶ୍ଵାଳ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନଙ୍କ ବିରୋଧରେ କାଲିମେଳା ଥାନାରେ ଏନଡିପିଏସ ଆକ୍ଟ ୧୯୮୫ ଅନୁସାରେ କେସ ନମ୍ବର ୧୩୯/୨୦୨୬ ରେ ଏକ ମାମଲା ରୁଜୁ ହୋଇଛି। କାଲିମେଳା ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ କହିଛନ୍ତି ନିଶା କାରବାର ରୋକିବାକୁ ଚେଷ୍ଟା ଜାରି ରହିବ। ଏହି ରାକେଟ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଛି ବୋଲି ଶ୍ରୀଯୁକ୍ତ ବିଶ୍ଵାଳ କହିଛନ୍ତି। ଶେଷରେ ଶ୍ରୀଯୁକ୍ତ ବିଶ୍ଵାଳ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଯେ ନିଶା ଠାରୁ ଦୂରରେ ରୁହନ୍ତୁ ସୁସ୍ଥ ସମାଜ ଗଠନ କରନ୍ତୁ।
