ମକୁନ୍ଦପୁର ଗ୍ରାମରେ 16ତମ ରଜ ଉତ୍ସବ ପାଳିତ l (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ ଗଁନ୍ଦିଆ ବ୍ଲକ କରମୂଳ ପଞ୍ଚାୟତ ମକୁନ୍ଦପୁର ଗ୍ରାମରେ ଓଡ଼ିଶାର ସମୃଦ୍ଧ ଲୋକପରମ୍ପରା ସଂସ୍କୃତି କଳାକୁ ଉଜାଗର କରିରଖିବାକୁ ଯୋଜନା କରି ଆସୁଥିବା ଇନକ୍ଲାବ କ୍ଳବ ମକୁନ୍ଦପୁର ପ୍ରୟାସ ଜାରି ରଖିଛି l ଏହି ପର୍ବ ତିନିଦିନ ଧରି ଚାଲୁଥିବା ମହିଳାଙ୍କ ଏବଂ ଧରିତ୍ରୀ ମାତାଙ୍କ ସାମ୍ନାନାର୍ଥେ ପାଳିତ ଲୋକ ପର୍ବ l ଏହା ମିଥୁନ ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ l ଏହା ମାମାଟିର ପୂର୍ଣ୍ଣଜନ୍ମ ଏବଂ ଜୀବନର ନବୀକରଣକୁ ସୂଚିତ କରେ l ଏହି ପର୍ବକୁ ତିନିଦିନ ଧରି ପାଳନ କରାଯାଏ, ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାତି ଓ ତୃତୀୟ ଦିନକୁ ଶେଷ ରଜ ଭାବରେ ପାଳିତ କରାଯାଏ l ଏହି ପର୍ବରେ ନାରୀତ୍ୱର ସ୍ନମ୍ମାନ, ବିଶ୍ୱାସ ଥାଏ ଯେ ଧରିତ୍ରୀ ମାତା ୠତୁମତୀ ହୋଇଥାନ୍ତି,ତେଣୁ ତାଙ୍କୁ ସ୍ନମ୍ମାନ ଦିଆଯାଏ, କୃଷକ ଭାଇମାନେ ହଳ ନିଷେଧ କରିଥାନ୍ତି, ମହିଳାମାନେ ଘର କାର୍ଯ୍ୟରୁ ନିର୍ବୁତ୍ତରହି ନୂତନ ବସ୍ତ୍ର ପରିଧାନ କରି ବିଭିନ୍ନ ପ୍ରକାର ମିଠା, ପିଠା ଖାଇବା ସାଙ୍ଗକୁ ପାଟିରେ ମିଠା ପାନଖାଇ ଦୋଳି, ପୁଚି, ଲୁଡୁ ଖେଳରେ ତିନିଦିନ ବିତାଇ ଦିଅନ୍ତି l ଏ ଅଞ୍ଚଳର ଛୋଟ ଛୋଟ ପିଲାମାନଙ୍କର ପ୍ରତିଭାକୁ ବିକଶିତ କରିବା ଭାଇଚାରା ସ୍ଥାପନା କରିବା ଇନକ୍ଲାବ କ୍ଲବର ମୂଳ ଉଦ୍ଦେଶ୍ୟ l ସେଥିପାଇଁ 15ପ୍ରକାର ଦୋଳି ସହିତ ସେଲ୍ଫି ପଏଣ୍ଟେ,, ମିଠା ପାନ ଦୋକାନଓ ଥଣ୍ଡାପାଣି ର ବ୍ୟବସ୍ତା lଏଠାରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମାଜସେବୀ ମାନଙ୍କୁ ପୁଷ୍ପଗୁଚ୍ଛ ଦ୍ୱାରା ସ୍ବାଗତଂ କରି ଉତ୍ତରୀ ପ୍ରଦାନ କରାଯାଇଥାଏ l ଏଭଳି ପ୍ରୟାସ ପରାମ୍ପରାକୁ ବଞ୍ଚାଇ ରଖିଥିବା ଇନକ୍ଲାବ କ୍ଲବର ସଦସ୍ୟମାନେ ସତରେ ପ୍ରଂଶସନୀୟ l
