ତାଳଚେର ବିଭିନ୍ନ ଗାଁର ରଜ ପର୍ବ ପାଳନ
ତାଳଚେର:୧୫/୬ ରଜ ପାଇଁ ତାଳଚେର ବିଭିନ୍ନ ଗାଁର ରଜ ପର୍ବ ପାଳନ କରାଯାଇଛି। ରବିବାର ପହିଲି ରଜରେ ଘରର ମହିଳାମାନଙ୍କ ସହିତ କୁମାରୀ କନ୍ୟାମାନେ ନୁତନ ବସ୍ତ୍ର ପରିଧାନ କରି ପାଦରେ ଅଳତା ଓ ଝୁମୁକା ଲଗା ପାଉଁଜି ପିନ୍ଧି ଆମ୍ବତୋଟା ଦୋଳି ଖେଳର ମଜା ନେଉଛନ୍ତି। ତାଳଚେର ବ୍ଲକ ର ଧରମପୁର,କଙ୍କିଳି,ସଇନାଳି,ହରିହରପୁର, କାକୁଡ଼ି,ସାତପାଟିଆ, ସ୍କଟଲାଣ୍ଡପୁର,ବିହାରୀ ପୁର,କିଶୋର ପାଳ,ଭେରୁବଣିଆ,ଗୁରୁଜାଙ୍ଗ,ସନ୍ତପଡା, ବଲ୍ହର,ଚାଇପାଳ, ଜଗନ୍ନାଥ ପୁର,ଦାସନାଳି,ଘଣ୍ଟପଡା,ଚାଳଗଡ,ଡଂରା,କଳମଛୁଇ, ଗୋପାଳ ପ୍ରସାଦ,କୁମୁଣ୍ତା, ବିଭିନ୍ନ ଗ୍ରାମ ସମେତ ତାଳଚେର ପୌର ଅଞ୍ଚଳର ୨୧ ଓ୍ଵାଡ୍ରରେ ବିଭିନ୍ନ ସ୍ଥାନରେ ରଜ ଦୋଳି କରାଯାଇଛି। ସେହିପରି ପିଠାପଣା, ଖିରି, ଖେଚୁଡ଼ି ଆଦି ସ୍ୱାଦକୁ ବ୍ୟଞ୍ଜନରେ ଗାଁଠୁ ସହର ମହକି ଉଠିଛି। ଲୋକେ ପୋଡ଼ପିଠା ପ୍ରସ୍ତୁତ କରି ସାହି ପଡ଼ିଶାରେ ବାଣ୍ଟି ଛନ୍ତି। ବହୁ ସ୍ଥାନରେ ମିଠା ପାନର ପସରା ଖୋଲିଛି।ରଜ ଓଡ଼ିଶାର ଏକ ଗଣପର୍ବ ଭାବେ ପାଳନ କରାଯାଉଥିବା ବେଳେ ବିଭିନ୍ନ ଗାଁଠୁ ସହର ମହିଳା ସମେତ କୁମାରୀ ଏହାକୁ ଅତି ଆନନ୍ଦ ସହକାରେ ପାଳନ କରୁଛନ୍ତି।
