ରେଢ଼ାଖୋଲ ଓ ନାକଟିଦେଉଳ ରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା,
ରେଢ଼ାଖୋଲ(, ଭଂଜଦୂତ )ତା ୧୦.୦୫:
ସମୃଦ୍ଧ ଓଡିଶା ଗଠନ ପାଇଁ ମହିଳା ମାନେ ସ୍ବାବଲମ୍ବୀ ସହ ଉଦ୍ୟୋଗୀ ହୋଇ ଆତ୍ମ ନିର୍ଭରଶିଳ ହେବା ସହ ଅନ୍ୟ ମାନଙ୍କୁ ଦିଅନ୍ତୁ ବୋଲି ରେଢ଼ାଖୋଲ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ବୁଖ ପଡ଼ିଆରେ ଆୟୋଜିତ ବ୍ଲକ ସ୍ତରୀୟ ଲକ୍ଷ ପତି ଦିଦି କର୍ମଶାଳାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଜୀବିକା ମିଶନ ରେଢ଼ାଖୋଲ ବ୍ଲକ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ବିଡ଼ିଓ ରାଜେନ୍ଦ୍ର ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ ମୁଖ୍ୟ ଅତିଥି, ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ଵାଳ, ଏନଏସି ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ମାର୍ଥା, ବିଜେପି ନେତ୍ରୀ ସୁଷମା ମୁଣ୍ଡା, ସିଡିପିଓ ଆରତୀ ମିଶ୍ର, କୃଷି ବିଭାଗ ଅଧିକାରୀ ସମଲେଇ ପ୍ରସାଦ ପରିଡ଼ା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମହିଳା ମାନଙ୍କୁ ସଶକ୍ତି କରଣ କରିବା ଶହ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ କେନ୍ଦ୍ର ସରକାରଙ୍କ ଏହି ଲକ୍ଷପତି ଯୋଜନା ମହିଳା ମାନଙ୍କ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ରୁ ଉର୍ଦ୍ଧ ସଂୟ ସହାୟକ ଗୋଷ୍ଠୀ ଯୋଗ ଦେଇ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରୟ ଷ୍ଟଲ ଖୋଲି ଥିଲେ। ଏହି ଅବସରରେ ବିଭିନ୍ନ ସଂୟ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ଓ ସମ୍ବଲପୁର ପଞ୍ଚ ବାଦ୍ୟ ଦଳ, ଖୁବେଲ ଦଣ୍ଡ ଓ ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଥିଲେ।
ସେହିପରି ବୁଧବାର ନାକଟିଦେଉଳ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଥିବା ଏହି କର୍ମଶାଳାରେ ଜିଲ୍ଲା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସଂଜୟ ମହାପାତ୍ର, ଅରମାସ୍ ଯୁଗ୍ମ ସିଇଓ ଶ୍ରୀମନ୍ତ ହୋତା,ରେଢାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ନାକଟିଦେଉଳ ତହସିଲଦାର ଅମର ଜସପ୍ରିତ୍ ଡୁଙ୍ଗଡୁଙ୍ଗ୍, ବିଡିଓ ଆକାଶ ରଞ୍ଜନ ସାହୁ, ବ୍ଲକ୍ ଅଧ୍ୟକ୍ଷା ସ୍ବରୂପା ରାଣୀ ସାହୁ, ସାଂସଦ ନାକଟିଦେଉଳ ବ୍ଲକ ପ୍ରତିନିଧି ନେତ୍ରାନନ୍ଦ ରାଉଳ, ନାକଟିଦେଉଳ ଡିଗ୍ରୀ କଲେଜ ଅଧ୍ୟକ୍ଷ ସୁଧିର କୁମାର ସାହୁ, ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ, ସିଡିପିଓ ରେବତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ତେବେ ମହଳା ସଶକ୍ତି କରଣ ଓ ସାମାଜିକ ନିରାପତ୍ତା ବୃଦ୍ଧି ପାଇଁ ମହିଳା ମାନେ କିପରି ରୋଜଗାରକ୍ଷମ ହୋଇ ପାରିବେ ସେ ସଂପର୍କରେ ମହିଳା ମାନଙ୍କୁ ଅବଗତ କରା ଯାଇ ଥିଲା ।ଏହି ଅବସରରେ ଲକ୍ଷପତି ଦିଦି ମାନେ ନିଜ ଗୋଷ୍ଠିର ମହିଳା ମାନେ ନିଜସ୍ବ ଉତ୍ପାଦିତ ସାମଗ୍ରୀ ଷ୍ଟଲ୍ ଲଗାଇଥିଲେ ଏବଂ ଏହାକୁ ଅଧିକାରୀ ମାନେ ପରିଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚୟତରୁ ୧୮ଟି ଗୋଷ୍ଠି ଲକ୍ଷପତି ଦିଦି ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୪ଟି ଗୋଷ୍ଠିକୁ ପୁରସ୍କ୍ରୁତ କରା ଯାଇ ଥିଲା ।
ଏଥିରେ ଏବିଡିଓ ବିଦ୍ୟାଧର ରାଉତ ରାୟ, ବ୍ଲକ୍ ସମାଜିକ ସୁରକ୍ଷା ଅଧିକାରୀ ଉଦିତ୍ ଶେଖର ସାହୁ, ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସାହେବୀ ସରପଞ୍ଚ ରାମପ୍ରସାଦ ସାହୁ, ନାକଟିଦେଉଳ ସରପଞ୍ଚ ଜିତେନ୍ଦ୍ର ସାହୁ, ପାଣିମୁରା ସରପଞ୍ଚ ଜଗନ୍ନାଥ ସାହୁ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବ୍ଲକ୍ ର ସମସ୍ତ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର ଓ ମିଶନଶକ୍ତିର ମହିଳା ମାନେ ଯୋଗ ଦେଇଥିଲେ । ଆକାଂକ୍ଷି ବ୍ଲକ୍ ସଂଯୋଜକ କୃଷ୍ଣ ଚନ୍ଦ୍ର
ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ବ୍ଲକ୍ କାର୍ଯ୍ୟକ୍ରମ ସଂଯୋଜକ ସୌମ୍ୟ ରଞ୍ଜନ କମ୍ପ ଧନ୍ୟବାଦ ଦେଇଥିଲେ
Show quoted text
