ମାନ୍ୟବର ବିଧାୟକ ଭାଦବ ହାଁସଦାଙ୍କ କରକମଳରେ ସୁଭଦ୍ରା ଶକ୍ତି କେନ୍ଦ୍ରର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତରର ସ୍ଥାପନ
___________________
ତା/୧୨/୦୬/୨୬(ନି.ପ୍ର): ସାରସକଣା:(ଅନିଲ କୁମାର ସାହୁ): ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚ଼ନ ମଣ୍ଡଳୀର ବିଧାୟକ ଭାଦବ ହାଁସଦା ଙ୍କ କରକମଳରେ ଆଜି ୧୨ ତାରିଖ ଶୁକ୍ରବାର ଦିନ ୩୦ ଲକ୍ଷ ଟଙ୍କା ଅନୁଦାନରେ ସାରସକଣା ବ୍ଲକର ଦୁଇ ଦୁଇ ଗୋଟି ସ୍ଥାନରେ ଭିନ୍ନ ଭିନ୍ନ ଦୁଇ ଗୋଟି ପ୍ରକଳ୍ପ କୁ ବିଧାୟକ ଶୁଭ ଉଦ୍ଘାଟନ କରିଛନ୍ତି । ପ୍ରଥମରେ ସକାଳ ୧୦.୩୦ ମି. ଘଟିକାରେ ସାରସକଣା ବ୍ଲକ ଅଧୀନରେ ଥିବା ଉମାଦେଇପୁର ପଞ୍ଚାୟତ ନିକଟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନିମନ୍ତେ ୩୦ ଲକ୍ଷ ଟଙ୍କା ଅର୍ଥ ର ଅନୁଦାନରେ ନିର୍ମିତ ନୂତନ ସୁଭଦ୍ରା ଶକ୍ତି ଗୃହକୁ ବିଧାୟକ ଭାବବ ହାଁସଦା ଫିତା କାଟି ଉଦଘାଟନ କରିଥିଲେ । ଉକ୍ତ ଉଦ୍ଘାଟନୀ ଉତ୍ସବରେ ସାରସକଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ତୁଳସୀ ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତି,ସରପଞ୍ଚ ଦୌପଦୀ ନାଏକ, ସହକାରୀ ଯନ୍ତ୍ରୀ ଗଗନ ବିହାରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଗ୍ରୁପର ସଦସ୍ୟା ଗଣ ଉପସ୍ଥିତ ଥିଲେ । ସେହି ପରି ଅନ୍ୟତମ ଯୋକା ପଞ୍ଚାୟତର ଅନ୍ୟତମ ସୁଭଦ୍ରା ଗୋଷ୍ଠୀ କେନ୍ଦ୍ରକୁ ମଧ୍ୟ ଆଜି ସାରସକଣା ବିଧାୟକ ଭାଦବ ହାଁସଦା ପୂର୍ବପରି ୩୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ନୂତନ ସୁଭଦ୍ରା ଗୋଷ୍ଠୀ କେନ୍ଦ୍ର କୁ ଶୁଭ ଉଦଘାଟନ କରିଥିଲେ । ଉତ୍ସବରେ ସାରସକଣା ବି.ଡ଼ି.ଓ ମହାନ୍ତିଙ୍କ ସହିତ ଯୋକା ସରପଞ୍ଚ ସରୋଜିନୀ ନାଏକ ଓ ପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ । ଏଥି ସହିତ ସାରସକଣା ବିଧାୟକ ଗତକାଲି ୧୧ ତାରିଖ ଗୁରୁବାର ଦିନ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ପରିସରରେ ୧ କୋଟି ୫୦ ଲକ୍ଷ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁଦାନରେ ନୂତନକରି ନିର୍ମାଣ ହେବାକୁ ଥିବା ଏକ ଅତିରିକ୍ତ ଶ୍ରେଣୀ ଗୃହ ଓ ସଭାଗୃହ ସହିତ ଶୌଚାଳୟ ନିର୍ମାଣର ଭିତିପ୍ରସ୍ତର ସହିତ ଭୂମି ପୂଜନ କରିଥିଲେ । ବ୍ରାହ୍ମଣ ବିଶେଶ୍ଵର ମିଶ୍ରଙ୍କ ଭୂମି ପୂଜନ ଓ ମନ୍ତ୍ରପାଠ ମଧ୍ୟରେ କାର୍ଯ୍ୟ ସମାପନ ହୋଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହ୍ଲାଦ ଅଗସ୍ତିଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ ଗଣ, ଝାରପୋଖରିଆ ଦଳୀୟ ମଣ୍ଡଳ ସଭାପତି ରାଜେନ୍ଦ୍ର ବିନ୍ଧାଣୀଙ୍କ ସହିତ ଶତାଧିକ ଦଳୀୟ କର୍ମୀଗଣ ଉପସ୍ଥିତ ଥିଲେ । ଭଞ୍ଜଦୁତ ଖବର।
