
ଭଦ୍ରକ….ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ରେ ଚାନ୍ଦବାଲି ପଞ୍ଚାୟତ ସମିତି ସ୍ତରୀୟ ଭୀମଭୋଇ ଭିନ୍ନ କ୍ଷ୍ୟମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ଚାନ୍ଦବାଲି ବ୍ଲକ ର 36 ଗ୍ରାମ ପଞ୍ଚାୟତ ସମେତ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ରୁ ମୋଟ 1351ଜଣ ଭିନ୍ନକ୍ଷ୍ୟମ ଶିଶୁ, ପୁରୁଷ ଓ ମହିଳା ମାନେ ପଞ୍ଜିକରଣ କରାଇଥିଲେ l ସେଥିରେ ନୂଆ ଭିନ୍ନକ୍ଷ୍ୟମ, ଯେଉଁମାଙ୍କର ହାତ ଲେଖା ପ୍ରମାଣ ପତ୍ର ଥିବା ଭିନ୍ନକ୍ଷମ, ଯେଉଁମାନଙ୍କର ଭିନ୍ନକ୍ଷ୍ୟମ ପ୍ରମାଣ ପତ୍ର ଭୁଲ ଥିବ ତାହାର ସଂଶୋଧନ ଓ ଯେଉଁ ଭିନ୍ନକ୍ଷ୍ୟମ ପ୍ରମାଣ ପତ୍ର ର ମିଆଦ ଶେଷ ହୋଇଯାଇଛି ସେହି ବେକ୍ତି ବିଶେଷ ଙ୍କୁ ସୁଯୋଗ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତ ଶ୍ରବଣ ବାଧିତ ମୁକ, ବଧିର ବିଭାଗ, ମସ୍ତିଷ୍କ ପକ୍ଷଘାତ ବିଭାଗ ଓ ଦୃଷ୍ଟି ବାଧିତ ଭିନ୍ନକ୍ଷ୍ୟମ ବିଭାଗ ର ଭିନ୍ନକ୍ଷ୍ୟମ ମାନଙ୍କୁ ସୁଯୋଗ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଚାନ୍ଦବାଲି ବିଧାୟକ ଡ଼କ୍ଟର ବ୍ୟମକେଶ ରାୟ, ଚାନ୍ଦବାଲି ପଞ୍ଚାୟତ ସମିତି ଅଧକ୍ଷ୍ୟା ଶ୍ରୀମତୀ ମିନତୀ ସୁତାର ଓ ନାଲଗୁଣ୍ଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଭାରତୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରେ,ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପବିତ୍ର ଦାସ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ରାଜକିଶୋର ଦାସ ଓ ଅଫିସ ବିୟରର ମାନସ କୁମାର ତଥା ବ୍ଲକ ପ୍ରଶାସନ, ଅରକ୍ଷୀ ବିଭାଗ ପରିଚାଳନା କରୁଥିବା ଦେଖିବାକୁ ମିଳିଛି ଭଦ୍ରକ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ ଭଞ୍ଜ ଦୂତ।