
ସୋର (ଜ୍ୟୋତି ପ୍ରକାଶ ଦିକ୍ଷିତ) : ସୋର ରେଳ ଉଡ଼ନ୍ତା ପୋଲ ଉପରେ ଘଟିଯାଇଛି ଏକ ଦୁର୍ଘଟଣା। ସୂଚନା ଅନୁସାରେ ଆଜି ସକାଳେ ସୋର ପଠାଣ ମହଲା ନିବାସୀ ସେକ ଅମୀର ନିଜ ଓଡି୨୨ଟି୪୭୧୦ ନମ୍ୱର ବିଶିଷ୍ଟ ବାଇକରେ ସୋର ରେଳ ଉଡ଼ନ୍ତା ପୋଲ ଉପରେ ଯାଉଥିବା ସମୟରେ ଆଗରେ ଯାଉଥିବା ଟ୍ରକ ହଠାତ ବ୍ରେକ ମାରିବାରୁ ପଛ ପଟୁ ଏକ ଅଟୋ ଧକ୍କା ଦେଇଥିଲା। ଫଳରେ ବାଇକ ସହ ଅମୀର ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଥିଲେ। ସଂଗେ ସଂଗେ ବାଟରେ ଯାଉଥିବା ଲୋକେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଅମୀରକଙ୍କୁ ଭର୍ତ୍ତି କରାଇଥିଲେ। ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।