
ସୋର(ଜ୍ୟୋତି ପ୍ରକାଶ ଦିକ୍ଷିତ):ଗତକାଲି ସନ୍ଧ୍ୟାରେ ସୋର ରେଳଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକ ଭୁବନେଶ୍ୱରକୁ ଟ୍ରେନରେ ଯିବା ସମୟରେ ନିଜର ଏକ ଲାପଟପ ଭର୍ତ୍ତି ବ୍ୟାଗଟିକୁ ଅନ୍ୟମନସ୍କତାରେ ଛାଡି ଯାଇଥିଲେ। ଯାହାକୁ ପ୍ଲାଟଫର୍ମରେ ଦୋକାନ କରିଥିବା ସୋରର ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସେବା ସଂଗଠନ ଆଦର୍ଶ ଯୁବ ପରିଷଦର ସଦସ୍ୟ ହରେକୃଷ୍ଣ ଶିଅଳ ଦେଖିବା ପରେ ସୋର ଆରପିଏଫଙ୍କୁ ଏ ବିଷୟରେ ଅବଗତ କରାଇ ଥିଲେ। ସଂଗେ ସଂଗେ ଆରପିଏଫ ଉକ୍ତ ବ୍ୟାଗକୁ ଖୋଲି ସେଥିରେ ଏକ ଲାପଟପ ଥିବାର ଦେଖିବାକୁ ପାଇ ନିଜ ହେପାଜତରେ ରଖିଥିଲେ। ଆଜି ମଧ୍ୟାହ୍ନରେ ଉକ୍ତ ଲାପଟପ ଭର୍ତ୍ତି ବ୍ୟାଗ ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡ଼ାର ଡମ୍ବରୁଧର ମହାନ୍ତି ତାଙ୍କ ପୁଅର ବୋଲି ଦାବି କରିବା ସହିତ ଉପଯୁକ୍ତ ପ୍ରମାଣ ଦେଇଥିଲେ। ପରେ ଆରପିଏଫ ପକ୍ଷରୁ ତାଙ୍କୁ ଏହା ପ୍ରଦାନ କରାଯାଇଥିଲା। ଉକ୍ତ ଘଟଣା ପାଇଁ ହରେକୃଷ୍ଣଙ୍କ ଏପରି ମହାନତା ପାଇଁ ଲାପଟପ ଫେରିପାଇଥିବା ବ୍ୟକ୍ତି ଜଣକ ଧନ୍ୟବାଦ ପୂର୍ବକ ପ୍ରସଂସା କରିଛନ୍ତି।