
ଶାମାଖୁଣ୍ଟା (ସତ୍ୟବ୍ରତ ସେଠୀ) :- ଶାମାଖୁଣ୍ଟା ବ୍ଲକ ରେ ତା ୩୧୵୦୫୵୨୦୨୫ ରିଖ ଖାଣ୍ଡିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଉଡରମା ଗ୍ରାମରେ ପ୍ରଧାନ ଶିକ୍ଷକ ଶ୍ରୀ ଶିବ ଶଙ୍କର ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଶତାଧିକ ଜନ ସମାଗମରେ ପାଳିତ ହୋଇଅଛି ।ଶିକ୍ଷକଙ୍କ ଅଭୁଲା ସ୍ମୃତିର ପରିଚୟ ପଛରେ ତାଙ୍କ ସହଧର୍ମିଣୀଙ୍କ ଗୁରୁଦାୟିତ୍ବ ରହିଛି ବୋଲି ମତବ୍ୟକ୍ତ କରି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଦେବବ୍ରତ ଦାସ, ସସମ୍ମାନୀୟ ନିମନ୍ତ୍ରଣ କରି ଶ୍ରୀମତୀ ସୁଶାନ୍ତି ମହାନ୍ତି ଏବଂ ପ୍ରଧାନଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ସହିତ ମଥାରେ ଫୁଲ ଚନ୍ଦନ, ଗଳାରେ ଫୁଲ ମାଳା ପକାଇ, ମହିଳା ମାନେ ଶଙ୍ଖ,ହୁଳହୁଳି ଧ୍ବନି, ଧୂପ ଲଗାଇ ଗୁରୁ ପୂଜନ କରିଥିଲେ।ତତ୍ ପରେ ସଙ୍କୀର୍ତ୍ତନ ଦଳ ଯଥା କ୍ରମେ ୧-,ଗୌତରମା,୨-କୁଚିଆମରା,୩-କେନଦୁଆଡିହା,ସମେତ(ଗୁଣ୍ଡି ହୁଡି, ଚନ୍ଦନପୁର)ର ଝୁମର ଦଳ ମାଦଳର ତାଳେ ତାଳେ ନୃତ୍ୟ ପରିବେଷଣ କରି ଖୁଣ୍ଟାପାଳରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବାବା ମାନମନୋହର ମହାଦେବଙ୍କୁ ପ୍ରଣିପାତ ପରେ ପରେ ନିଆରା ପରମ୍ପରା ସୃଷ୍ଟି କରି କରକଚିଆ ଶିବ ମନ୍ଦିର ବାବା ଚନ୍ଦନେଶ୍ଵରଙ୍କ ଚର୍ତୁଦିଗ ପ୍ରଦକ୍ଷିଣ କରି ଆଶୀର୍ବାଦ ଲାଭ ପୂର୍ବକ ପୁଣି ଆଗେଇ ଚାଲିଥିଲା ଉତ୍ସବ ମଣ୍ଡପ ନିକଟକୁ।ବିଦ୍ୟାଳୟ ହତା ମଧ୍ୟରେ ପ୍ରବେଶ ମାତ୍ରେ ୱ୍ଆର୍ଡ ମେମ୍ବର ବୈଶାଖି ନାଏକ, ଅଙ୍ଗନବାଡି କର୍ମୀ ଇନ୍ଦୁମତି ଦଲେଇଙ୍କ ସମେତ ଗ୍ରାମବାସୀ ମହିଳା ମାନେ ହଳଦୀ ପାଣିରେ ଗୋଡଧୂଆ,ପୁଷ୍ପ ମାଳା ଅର୍ପଣ ପୂର୍ବକ ଅକୁଣ୍ଠ ଚିତ୍ତରେ ହୃଦୟରୁ ଶ୍ରଦ୍ଧା ଓ ସମ୍ମାନ ଓଜାଡି ଦେଇଥିଲେ।ସମସ୍ତଙ୍କ ଜଳଖିଆ ପରେ ଦିବା ୧୧ ଘଣ୍ଟା ସମୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଖାଣ୍ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନାମଣି ସିଂ ସଭାପତି ଆସନ ଗ୍ରହଣ ପୂର୍ବକ ସଙ୍ଗେ ସଙ୍ଗେ ନିଜସ୍ବ ଉପଢ଼ୌକନ ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିଥିଲେ।ତତ୍ ପରେ ଖାଣ୍ଡିଆ ସରକାରୀ ଉଚ୍ଚ ବିଦ୍ୟାଳୟର P.E.T. ଶିକ୍ଷକ, ନିଜର କନ୍ୟା କୁମାରୀ ଶୁଭ୍ରା ମହାନ୍ତି, ପରିବାର ର ଏକ ଫୋଟୋଚିତ୍ର ପ୍ରଦାନ କରି ଥିଲେ।ପୂର୍ବତନ ଛାତ୍ରୀ କୁମାରୀ ଶିବାନୀ ଦଲେଇ ତିନି ଜଣ ଶିକ୍ଷକଙ୍କୁ ଉପଢୌକନ ପ୍ରଦାନ କରି ସଭାସ୍ଥଳକୁ ଜାଜୁଲ୍ୟମାନ କରିଥିଲା। ଶ୍ରୀ ସର୍ବେଶ୍ଵର ଲେଙ୍କା କୁ ସଭା ପରିଚାଳନା ଦାୟିତ୍ଵ ଅର୍ପଣ କରିଥିଲେ।ସଭା ମଣ୍ଡପରେ ଉପସ୍ଥିତ ମୁଖ୍ୟ ବକ୍ତା କଣ୍ଟା ପାଳ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର, ମୁଖ୍ୟ ଅତିଥି ଶ୍ରୀମା ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାପାତ୍ର, ବକ୍ତା ଶ୍ରୀଯୁକ୍ତ ବିମଳ କୁମାର ଆଚାର୍ଯ୍ୟ, ଶ୍ରୀଯୁକ୍ତ ପ୍ରାଣବ କିଶୋର ମହାପାତ୍ର, ଶ୍ରୀଯୁକ୍ତ ବଲରାମ ନାଥ, କୌଲାସ ଚନ୍ଦ୍ର ମହାନ୍ତ, ସମ୍ମାନୀତ ଅତିଥି ପୂର୍ବତନ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ସ୍ୱରୁପ ଚନ୍ଦ୍ର ହାବେଡ,ଶ୍ରୀଯୁକ୍ତ ମାର୍କଣ୍ଡ ଚନ୍ଦ୍ର ଗିରି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ତାପସ କଟୁଆଳ, ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ଅର୍ଦ୍ଧାଗୀନୀ ଶ୍ରୀମତୀ ସୁଶାନ୍ତି ମହାନ୍ତି, ଶ୍ରୀଯୁକ୍ତ ହରେକୃଷ୍ଣ ମହାନ୍ତ, ଶ୍ରୀଯୁକ୍ତ ରବିନ୍ ଗିରି, ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନା କରାଯାଇଥିଲା।ଶ୍ରୀ ମହାନ୍ତି ଙ୍କ ବହୁ ମୁଖୀ ପ୍ରତିଭାର ବିଭିନ୍ନ ଦିଗ, ଛାତ୍ର ଗଠନରେ ନିଷ୍ଠା, ଆଦର୍ଶବାନ,ଦୟା, ନିର୍ଭୀକତା, ଗୁଣ ବିଷୟ ରେ ବକ୍ତବ୍ୟ ସହ ଆଗକୁ ସୁସ୍ଥ ନିରାମୟ ଜୀବନ ଅତିବାହିତ ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଆମୂଳଚୂଳ ସହଯୋଗ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର, ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଧୁଭ,ମାନସ ବାରିକ, ମିଳି ମହାନ୍ତ, ବେବି ସୁଚରିତା ଗିରି, ସୁମିତ୍ରା ଦଲେଇ, ପ୍ରଦୀପ ଦେ,ପ୍ରମେଶ୍ୱର ନାଏକ, ପଞ୍ଚମଣି ସିଂ,ମଞ୍ଜୁଲତା ସିଂ,ଦିବ୍ୟ ରଞ୍ଜନ ଗିରି, ସୁଦର୍ଶନ ବାରିକ, ମଂଗଳ ସିଂ,ହିନ୍ଦୀ ଶିକ୍ଷୟିତ୍ରୀ ଲକ୍ଷ୍ମୀ କୁମାରୀ, ପତିତପାବନ ଭଦ୍ର, ସିଦ୍ଧେଶ୍ୱର ମହାନ୍ତି, ସୁଚିସ୍ମିତା ବେହେରା, ଶିବ ଚରଣ ମହାନ୍ତ, ଏବଂ ପୂର୍ବତନ C.R.C C ଦୁଷ୍ମନ୍ତ କୁମାର ବେହେରା, ସଭାସ୍ଥଳ କୁ ଉତ୍ସବ ମୁଖରିତ କରାଇଥିଲେ।ଦିଲ୍ଲୀପ ଦଲେଇ ଏବଂ ବୁଧୁରାମ ବେହେରା, ସାଥୀ ମାନଙ୍କ ସହିତ ରନ୍ଧନ କାର୍ଯ୍ୟ ସମାହିତ ପୂର୍ବକ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଦେବବ୍ରତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ସମସ୍ତଙ୍କ ହୃଦୟ ମଧ୍ଯରେ ଅଭୁଲା ସ୍ମୃତି ଚିରଦିନ ମନେ ରହିଲା।