ସାପ କାମୁଡ଼ାରେ ମହିଳା ମୃତ୍ୟୁ l
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଶୋଇ କର୍ଣ୍ଣାଟପୁର ଗ୍ରାମର ସ୍ବର୍ଗତ ପ୍ରତାପ ନାଏକ ଙ୍କ ସ୍ତ୍ରୀ ନର୍ମଦା ନାଏକ ବୟସ (୩୮) l ସୂଚନା ମୂତାବକ ନର୍ମଦା ଗ୍ରାମର କିଛି ମହିଳାଙ୍କ ସହିତ ଜଙ୍ଗଲ କୁ ସର୍ଗି ଫୁଲ ସଂଗ୍ରହ କରି ଯାଇଥିବା ବେଳେ ହଠାତ ଦେହ ଅସୁସ୍ଥ ହେବାରୁ ଘରକୁ ପଳେଇ ଆସିଥିଲେ l ଫଳରେ ଘରେ ସ୍ୱାସ୍ଥ୍ୟ ବସ୍ତା ବିଗିଡ଼ିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ l ହେଲେ ତାଙ୍କୁ ସେଠାରେ ଡାକ୍ତର ମୃତ୍ୟୁ ଘୁଷଣା କରିଥିଲେ l ଏନେଇ ପରିବାର ଲୋକ ନର୍ମଦା ଙ୍କୁ ସାପ କାମୁଡି ଥିବା ପରଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି l ଏପଟେ ସ୍ୱାମୀ ପ୍ରତାପ ପ୍ରାୟ ୫ ବର୍ଷ ହେବ ପ୍ରାଣ ତ୍ୟାଗ କରିଥିବା ବେଳେ ନର୍ମଦା ମୂଲ ଲାଗି ଗୁଜୁରାଣ ମେଣ୍ଟାଉ ଥିବାବେଳେ ତାଙ୍କର ୩ ଝିଅ ଓ ଗୋଟିଏ ପୁଅ କୁ ଆହାର ଦେଉଥିଲେ ହେଲେ ହେଲେ ଭାଗ୍ୟ ଦାଉ ସାଜିଲା l ଯଦି ସରକାର ଙ୍କ ତରଫରୁ କୌଣସି ସାହାଯ୍ୟ ସହଯୋଗ ମିଳନ୍ତା ଅଥଚ ୪ ଜଣ ଅନାଥ ସନ୍ତାନ ଙ୍କ ମୁଁହରେ ଆହାର ମିଳନ୍ତା ଓ ଟିକେ ଆଶ୍ବସ୍ତି ମିଳି ପାରନ୍ତା ବୋଲି ପରିବାର ଲୋକ ଏବଂ ଗ୍ରାମବାସୀ ମାନେ ସରକାର ଙ୍କୁ ଓ ସ୍ଥାନୀୟ ପ୍ରଶାସନ ଙ୍କୁ ଦାବୀ କରିଛନ୍ତି l ଏ ପଟେ ନର୍ମଦା ଙ୍କ ମୃତ୍ୟୁ କୁ ନେଇ ଗ୍ରାମରେ ସୁକାକୁଳ ପରିବେଷ ଦେଖିବାକୁ ମିଳିଛି l
