ସୋରଡ଼ା ବ୍ଲକ ବଡ଼ଗଡ଼ ଠାରେ ବିରାଟ ବିଜେଡିର ମହିଳା ସମାବେଶ।
ଭଞ୍ଜନଗର -୨୯/୦୫(ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବଡ଼ଗଡ଼ ଠାରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ନାରୀ ଅଧିକାର ଅଭିଯାନ ସମାବେଶ ଆୟୋଜନ କରାଯାଇଛି l ସ୍ଥାନୀୟ ପାରିଜାତ ରଙ୍ଗମଞ୍ଚ ଠାରେ ଗଞ୍ଜାମ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱ ରେ ହଜାର ହଜାର ମହିଳା ଓ ପୁରୁଷ ସମାବେଶରେ ଯୋଗ ଦେଇ ସରକାରଙ୍କ ନାରୀ ବରୋଧୀ ବିଭିନ୍ନ କାର୍ଯ୍ୟକ୍ରମ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପ୍ରଚଣ୍ତ ରୁଦ୍ର ତାପ କୁ ବୃକ୍ଷେପ ନକରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବଡଦାଣ୍ଡ ଦେଇ ଥାନା ପର୍ଯ୍ୟନ୍ତ ଏକ ବିଶାଳ ରାଲି କରାଯାଇଛି l ମୁଖ୍ୟଭାବରେ ହଜାର ହଜାର ମହିଳା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ୟାସ, ପେଟ୍ରୋଲ, ଡିଜେଲ ର ଅଭାବ ବିକ୍ରି ଓ ଦରଦାମ ବୃଦ୍ଧି ଯୋଗୁଁ ଘଟୁଥିବା ନାହିଁ ନଥିବା ସମସ୍ୟାକୁ ଜନ ସାଧାରଣ ଙ୍କୁ ବୁଝାଇ ଥିଲେ l ବିଜେପି ସରକାର ରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଥିବା ବେଳେ, ଚୋରି, ଡକାୟତି,ରାହାଜାନୀ, ନାରୀ ନିର୍ଯାତନା ଦିନ କୁ ଦିନ ସୀମା ଟପିବରେ ଲାଗିଛି l ସରକାର ଯଦି ଏଥି ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି କାର୍ଯ୍ୟକାରୀ ଜିଲ୍ଲା ସଭାପତି ସମେତ ସମସ୍ତ ନାରୀନେତ୍ରୀ ରଣ ହୁଙ୍କାର ଦେଇଛନ୍ତି l ପରିଶେଷରେ ସୋରଡ଼ା ତହସିଲ କାର୍ଯ୍ୟାଳୟ ରେ ପହଂଚି ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ୟେଶ ରେ ନାରୀ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l
ଆଜିର ଏହି କାର୍ଯ୍ୟକ୍ରମଟି ସୋରଡ଼ା ର ପୂର୍ବତ୍ତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ, ରାଜ୍ୟ ସମ୍ପାଦକ ଭଗବାନ ପଣ୍ଡା, ଯୁବ ବିଜେଡ଼ି ସଭାପତି ସୀତାରାମ ପଣ୍ଡା, ବ୍ଲକ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାଙ୍କୁଡ,ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ, ବେଲଗୁଣ୍ଠା ବ୍ଲକ ସମିତି ଅଧକ୍ଷା ମମତା ଭୋଳଙ୍କ ଭଳି ଅନେକ ବରିଷ୍ଠ ନେତା ଓ କର୍ମୀ ଯୋଗଦାନ କରିଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା l କିଛି ମହିଳା ଓ ପୁରୁଷ କର୍ମୀ ଖରାର ପ୍ରକୋପକୁ ଖାତିର ନକରି ନବୀନ ବାବୁଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା
