ତହସିଲଦାରଙ୍କ ମିଳୁନି ଦେଖା
ତାଳଚେର ୨୮/୫(ନି ପ୍ର) ତାଳଚେର ତହସିଲ ନୁତନ କାର୍ଯ୍ୟାଳୟ ଭିତରେ ଅଫିସ୍ କର୍ମଚାରୀ ଏବଂ ତହସିଲଦାର କେଉଁଠି କେଉଁ ଅଧିକାରୀ ମାନେ ଆସୁଛନ୍ତି, ଅଧିକାଂଶ ଗୃହ ସମ୍ମୁଖରେ ନାମଫଳକ ରହୁନଥିବାରୁ ଅପେକ୍ଷା ରେ ରହୁଛନ୍ତି ବରିଷ୍ଠ ନାଗରିକ।ଦୁର ଦୁରନ୍ତାରୁ ଆସୁଥିବା ବରିଷ୍ଠ ନାଗରିକ ମାନେ ହଇରାଣ ହରକତ ହଉଥିବା ଅଭିଯୋଗ ହୋଇଛି। ତାଳଚେର ଏକ ଖଣିଖାଦାନ ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବାରୁ ତାଳଚେର ବ୍ଲକ ମଧ୍ୟରେ ଥିବା ୪ଟି ରାଜ୍ୟସ୍ଵ ନିରୀକ୍ଷକ ମଧ୍ୟରେ ୨୧ ଗୋଟି ପଞ୍ଚାୟତ ଶତାଧିକ ଗ୍ରାମବାସୀ ବିଭିନ୍ନ ତହସିଲ ଜଡ଼ିତ କାଗଜ ପତ୍ର ପାଇଁ ଅନେକ ଦୁରରୁ ଆସିଥାନ୍ତି। ଜମିଜମା ପଟ୍ଟା ମିୟୁଟେନସ, ଲିଗାଲ ହେୟାର,ଜାତିଗତ ପ୍ରମାଣପତ୍ର,ରେସିଡେନ୍ସ,ଇନକମ୍ ସାର୍ଟିଫିକେଟ ଇତ୍ୟାଦି କାର୍ଯ୍ୟନେଇ ଦୈନଦିନ ଶହଶହ ଲୋକ ଏହି କାର୍ଯ୍ୟାଳୟକୁ ଆସିଥାନ୍ତି। ମାତ୍ର ତହସିଲଦାରଙ୍କ ଦେଖା ନମିଳିବାରୁ ବରିଷ୍ଠ ନାଗରିକ ସମେତ ଅଞ୍ଚଳବାସୀ ୪୫ଡିଗ୍ରି ଉପରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇଥିଲେ ହେଁ ସର୍ବଶେଷରେ ସେମାନେ ନିରିଶ ହେଇ ଘରକୁ ଫେରୁଥିବା ବେଳେ ଏପରିକି ହାତଗୁଞ୍ଜା ନଦେଲେ କୌଣସି କାମ ହେଉନି ବୋଲି ସାଧାରଣରେ ଅଭିଯୋଗ ହେଉଛି। ତହସିଲଦାର ଘଣ୍ଟା ଘଣ୍ଟା ଏସିରୁମ ମଧ୍ୟରେ ବାର୍ତ୍ତାଳାପ କରି କାର୍ଯ୍ୟାଳୟରୁ ବାହାରି ଯାଉଥିବା ଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ବରିଷ୍ଠ ନାଗରିକ ।
