*ଖଡ଼ିଆଳ କୋର୍ଟ ସରକାରୀ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ ଗୁଡ଼ିକ କୁ ଯିବା ଆସିବା ପାଇଁ ପେଭର ବ୍ଲକ୍ ନିର୍ମାଣ କାର୍ଯ୍ୟ ସ୍ୱାଗତ ଯୋଗ୍ୟ, ଜଳ ବିଭାଜିକା କାର୍ଯାଳୟ ଯିବା ପାଇଁ ଗଡାଣିଆ ସଡ଼କ ଉପରେ*
ନୂଆପଡା( ମିଖାଏଲ ନନ୍ଦ)
ତା:୨୮.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ କୋର୍ଟ, ସରକାରୀ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ ଗୁଡ଼ିକ କୁ ଯିବା ଆସିବା ପାଇଁ ପେଭର ବ୍ଲକ୍ ନିର୍ମାଣ କାର୍ଯ୍ୟ ସ୍ୱାଗତ ଯୋଗ୍ୟ ହୋଇଅଛି। କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ମନୋବୃତ୍ତି କି ନିର୍ମାଣ କାରି ସଂସ୍ଥାର କାର୍ଯ୍ୟ ଦକ୍ଷତା ହେଉ , ଜଳ ବିଭାଜିକା କାର୍ଯାଳୟ ଯିବା ପାଇଁ ଗଡାଣିଆ ସଡ଼କ ଉପରେ ନିର୍ମାଣ କରୁଛନ୍ତି। ଯାହାକି ସଡ଼କ ଉପର ଅଧା ଜମି ଗଡାନିରେ ଯାଉଅଛି। ସଡ଼କ ସଂକୀର୍ଣ୍ଣ ହେବା ସହ ସଡ଼କ ଉପରେ ଏଭଳି ଗତ କରିବା ଦ୍ୱାରା ଦୁର୍ଘଟଣା ହେବା ସ୍ୱାଭାବିକ ଅଟେ। ସଡ଼କ ନିର୍ମାଣ ପରେ ଗଡାଣିଆ କାର୍ଯ୍ୟାଳୟ ପାଚେରୀ ଭିତରକୁ ହେବା କଥା। ଏହି କାମ ରେ ମାତ୍ର ଫିଲିଙ୍ଗ ପାଇଁ ଏକ ଟ୍ରାକ୍ଟର ମାଟି ପୋଲି ପେଭର କଲେ ସୁନ୍ଦର ଦେଖାଯିବା ସହ ସଡ଼କ ଓସାର ହୋଇ ଦୁର୍ଘଟଣା କୁ ମଧ୍ୟ ଦୂର କରି ହେବ। ଏ ଭଳି କାର୍ଯ୍ୟ କିଏ କରୁଛି ଜାଣିବା ଆବଶ୍ୟକ ନୁହେଁ। ସାଧାରଣ ଜ୍ଞାନ ହେବା ଦରମା। ।ଆତ୍ର ୧ ହଜାର ଟଙ୍କାର ବିଷୟ ଅଟେ। ଅଞ୍ଚଳ ରେ ସୁଧାର କରିବା ଆବଶ୍ୟକ ଅଟେ। ଦୟା ପୂର୍ବକ କାହାର ଦେହକୁ ନେବେ ନାହିଁ। ମନୁଷ୍ୟ ଭାବି ସୁଧାର ଆଣିବେ।
