ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେଡ଼ି ସାଂସଦ ଦେବାଶିଷ ସାମନ୍ତରାୟ।
ଭୁବନେଶ୍ବର( ଜ୍ୟୋତିରଞ୍ଜନ ପଟ୍ଟନାୟକ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ରାଜ୍ୟସଭା ସଦସ୍ୟତା ପଦରୁ ବି ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ଏପରିକି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିକଟକୁ ବି ପଠାଇ ଦେଇ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।
ନିଜ ଇସ୍ତଫା ପତ୍ର ରେ ସେ ଲେଖୁଛନ୍ତି ଯେ ‘ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୃଢ଼ ବିଶ୍ୱାସ ଏବଂ ପ୍ରତିବଦ୍ଧତାର ସହିତ ଦଳ ପାଇଁ କାମ କରିଆସିଥିଲି, ହେଲୈ ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ମୋତେ ଦଳରେ କ୍ରମାଗତ ଭାବେ କୋଣଠେସା କରିଦିଆ ଯାଉଛି। ଏଥି ସହିତ ଦଳ ମୋ ସେବାର ଆବଶ୍ୟକ କରୁନି ବୋଲି ଅନୁଭବ କଲି। ତେଣୁ, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି। ଏଠାରେ ଉଲ୍ଲେଖଯୋଗ୍ଯ ଯେ ଦିର୍ଘ ଦିନ ଧରି ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ ଦେବାଶିଷ। ଦଳର ନେତୃତ୍ବ ପ୍ରତି ସେ ଖୁବ ଅସନ୍ତୁଷ୍ଟ ହୋଇ ବିଭିନ୍ନ ସ୍ଥାନରେ ପାଣ୍ଡିଆନ୍ ଙ୍କ ପ୍ରତି ଆଙ୍ଗୁଳି ଉଠାଇ ଚର୍ଚ୍ଚା ର ବିଷୟ ପାଲଟିଥିଲେ। ବିଜେଡ଼ି ରୁ ତାଙ୍କ ଇସ୍ତଫା ପରେ ସେ ବିଜେପିରେ ଯୋଗ ଦେବେ ନା କଂଗ୍ରେସ ଦଳକୁ ଯାଇ କଟକ ଜିଲ୍ଲା କଥା ବୁଝିବେ ସେ ନେଇ ରାଜନୈତିକ ସମୀକ୍ଷକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
