ଭାରତୀୟ ଯୋଗ ସଂସ୍ଥାନ କଟକ ଜିଲ୍ଲାର ନୂତନ କର୍ମକର୍ତ୍ତାଙ୍କ ଚୟନ ଏବଂ ଶପଥ ଗ୍ରହଣ ଉତ୍ସବ
କଟକ… ଭାରତୀୟ ଯୋଗ ସଂସ୍ଥାନ, କଟକ ର କର୍ମକର୍ତ୍ତା ମାନଙ୍କର ନିର୍ବାଚନ ସର୍ବ ସମ୍ମତି କ୍ରମେ ସିଡିଏ 6 ସ୍ଥିତ ଶ୍ରୀ ସିଦ୍ଧ ମହାବୀର କେନ୍ଦ୍ର ପରିସରରେ ସଂପନ୍ନ ହୋଇଯାଇଅଛି। କଟକ ଜିଲ୍ଲାର ଜିଲ୍ଳା ପ୍ରଧାନ ରୂପେ ଶ୍ରୀ କେଦାର ନାଥ ଜାଲି ,ଶ୍ରୀମତୀ ଶୈଳଜା ନନ୍ଦିନୀ ଜେନା, ଜିଲ୍ଲା ମନ୍ତ୍ରୀ ରୂପେ ଶ୍ରୀମତୀ କବିତା ପ୍ରଧାନ ଓ ଶ୍ରୀ ରମାକାନ୍ତ ଦଳେଇ,ଜିଲ୍ଲା ସଂଗଠନ ମନ୍ତ୍ରୀ ଶ୍ରୀ ନିର୍ମଳ ଚନ୍ଦ୍ର ରାୟ, ଶ୍ରୀ ନକୁଳ ଚନ୍ଦ୍ର ମହାରଣା ନିର୍ବାଚିତ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରର କ୍ଷେତ ପ୍ରଧାନ, କ୍ଷେତ୍ର ମନ୍ତ୍ରୀ ଓ କ୍ଷେତ୍ର ସଂଗଠନ ମନ୍ତ୍ରୀ ରୂପେ ଶ୍ରୀମତୀ ମମତା ମଞ୍ଜରୀ ଗିରି ,ଶ୍ରୀମତୀ ପଦ୍ମଜା ପଟନାୟକ,ଶ୍ରୀମତୀ ସୁଧାଂଶୁବାଳା ମହାନ୍ତି, ଶ୍ରୀ ପ୍ରଭାତ କୁମାର ପାଣି, ଶ୍ରୀମତୀ ଆରତୀ ରାଣୀ ସିଂହ,ଶ୍ରୀ ବାବାଜୀ ଚରଣ ବେହେରା ,ଶ୍ରୀମତୀ କବିତା ମିଶ୍ର ,ଶ୍ରୀ ପ୍ରଦୀପ କୁମାର ପ୍ରଧାନ,ଶ୍ରୀ ଦିଲୀପ କୁମାର ପରିଡ଼ା, ଶ୍ରୀ ତ୍ରିଲୋଚନ ପଟ୍ଟନାୟକ, ଶ୍ରୀ ଲିଙ୍ଗରାଜ ଦାଶ , ଶ୍ରୀ କିଶୋର କୁମାର ଦାସ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ପ୍ରତିନିଧି ମାନଙ୍କୁ ସଂସ୍ଥାନର ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଶପଥ ପାଠ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାନ୍ତ ମନ୍ତ୍ରୀ ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ, ପ୍ରାନ୍ତ ସଦସ୍ୟ ଶ୍ରୀ ରାମେୟ ରେଡ୍ଡୀ ,ଶ୍ରୀ ରଘୁନାଥ ରେଡ୍ଡୀ , ଉପଦେଷ୍ଟା ଶ୍ରୀ ସତ୍ୟ ରାୟ,ଶ୍ରୀ ରାଜ କିଶୋର ଦାଶ, ଶ୍ରୀ ସବିତା ରଞ୍ଜନ ପଟ୍ଟନାୟକ, ଶ୍ରୀ ଶଶି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ ।
