( ମାଏପା ) ମୁଣ୍ଡାରୀ ୟୁଟ୍ୟୁବର୍, ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ଆସୋସିଏସନ ର *ବାର୍ଷିକ ଉତ୍ସବ ଏବଂ ମୁଣ୍ଡାରୀ ଭବ୍ୟ ସମ୍ମାନ ସମାରୋହ* :
ବାରିପଦା : ସ୍ଥାନୀୟ ସହିଦ୍ ସ୍ମୃତି ଭବନ ଠାରେ ମୁଣ୍ଡାରୀ ୟୁଟ୍ୟୁବର୍,ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ଆସୋସିଏସନ ( *ମାଏପା* ) ର *ତୃତୀୟ ବାର୍ଷିକ ଉତ୍ସବ ଓ ମୁଣ୍ଡାରୀ ଭବ୍ୟ ସମ୍ମାନ ସମାରୋହ* ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ଓଡିଶା ସମେତ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମର ବହୁ ମୁଣ୍ଡାରୀ ପ୍ରଯୋଜକ, କଳାକାର ଓ ୟୁଟ୍ୟୁବର ଯୋଗ ଦେଇଥିଲେ I କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧର ପ୍ରାରମ୍ଭରେ ସର୍ବ ପ୍ରଥମେ ଆଦିବାସୀ ରୀତି ନୀତି ଅନୁସାରେ ସଂଗଠନର ବୟଜ୍ୟୋଷ୍ଠ ସାକିଂ ଆବା ଗୋବର୍ଦ୍ଧନ ସିଂ ଙ୍କ ଦ୍ଵାରା ମୁଣ୍ଡା ଆାଦିବାସୀ ମାନଙ୍କର ଆରାଧ୍ୟ ଦେବତା “ସିଂ ବଙ୍ଗା” ଏବଂ ଆଦିବାସୀ ମୁଣ୍ଡା ମହା ପୁରୁଷ ମାନଙ୍କୁ ପୂଜା ଅର୍ଚନା ଏବଂ ସ୍ମରଣ କରିବା ପରେ କାରାମ୍ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା I
ଉତ୍ସବରେ ସଂଗଠନର ସାଧାରଣ ସମ୍ପାଦକ ଲକ୍ଷ୍ମୀରାମ ସିଂ ସଂଗଠନର ବିବରଣୀ ପ୍ରଦାନ କରିଥିଲେ I
ଉତ୍ସବର ପ୍ରଥମାର୍ଦ୍ଧର ମୁଖ୍ୟ ଅତିଥି ଭାବରେ ମଦନ ସିଂ, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, ଶିଳ୍ପ ବିଭାଗ , ଓଡିଶା ସରକାର, ମୁଖ୍ୟ ବକ୍ତା ଭାବରେ ବୋଧ ମୁଣ୍ଡା, ବିଶିଷ୍ଟ ସମାଜ ସେବି, ପ୍ରଯୋଜକ ଓ ଲେଖକ , ସମ୍ମାନିତ ଅତିଥି ଭାବରେ ଭାନୁମତୀ ସିଂ , ଲେଖିକା, ଗୀତିକାର, ଗାୟିକା ତଥା ସମାଜସେବୀ , ନନ୍ଦଲାଲ ସିଂ, ସଭାପତି ମୁଣ୍ଡାରୀ ସମାଜ ସାୱାଁର ଜାମଡା , ଇଂ ସୁନାରାମ ସିଂ ସିଲି, ସାଧାରଣ ସମ୍ପାଦକ, ମୁଣ୍ଡାରୀ ଭାଷା ସମନ୍ଵୟ ସମିତି ଯୋଗ ଦେଇଥିଲେ I
ଅତିଥି ବୃନ୍ଦ ମାନଙ୍କ ସହିତ ସଂଗଠନର ସଭାପତି ରବିନ୍ଦ୍ର ନାଥ ସିଂ ଜାଳେୟା ଓ ଉପସଭାପତି ଗୀତା ସିଂ ଙ୍କ ଦ୍ଵାରା ବିଭିନ୍ନ ମୁଣ୍ଡାରୀ ଯାତ୍ରା ଦଳ, କରମ୍ ନୃତ୍ୟ ଦଳ, ଯାଦୁର୍ ନୃତ୍ୟ ଦଳ ଓ ମ୍ୟାନେଜର୍ ମାନଙ୍କୁ ଏବଂ ଡିଜିଟାଲ୍ କଣ୍ଟେଣ୍ଟ ତିଆରିକାରୀ ମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା I
ଉତ୍ସବର ଦ୍ଵିତୀୟାର୍ଧରେ ଅତିଥି ବୃନ୍ଦ ମାନଙ୍କ ଦ୍ଵାରା ୨୦୨୫-୨୬ ବର୍ଷର ପଞ୍ଜୀକୃତ ମୁଣ୍ଡାରୀ ଆଲବମ୍ ଗୀତ ମଧ୍ୟରୁ ଶ୍ରେଷ୍ଠ ମୁଣ୍ଡାରୀ ଗୀତିକାର, ସଙ୍ଗୀତଜ୍ଞ, ଗାୟକ , ଗାୟିକା ,ନୃତ୍ୟ ନିର୍ଦ୍ଦେଶକ ,ନିର୍ଦ୍ଦେଶକ , ଅଭିନେତା , ଅଭିନେତ୍ରୀ, ମେକଅପ୍ କଳାକାର, ଡପ୍ /ଛାୟାଚିତ୍ର ନିର୍ଦ୍ଦେଶକ,
ପୋଷାକ ସଜ୍ଜାକାର, ପୋଷ୍ଟର ଡିଜାଇନର୍ ଙ୍କୁ ଏବଂ ଲଘୁଚଳଚ୍ଚିତ୍ର କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା ସେହିଭଳି ପ୍ରଥମ ମୁଣ୍ଡାରୀ ଚଳଚ୍ଚିତ୍ର “ଚାଣ୍ଡାଂଏ ମାଳାଂ ତେ ମିସା ହେତାୟ୍ ମେ” ର ଅଭିନେତା ଓ ଅଭିନେତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା I
ସଂଗଠନ ଦ୍ୱାରା ଅୟୋଜିତ ହୋଇଥିବା ପ୍ରଥମ ପର୍ଯ୍ୟାୟ Instagram Reels ପ୍ରତିଯୋଗୀତା ” ଆବୁଆଃ ପରବ୍ ପୁନାଇଁ ଆବୁଆଃ ଚିନା ଅର୍ଥାତ୍ ଆମର ପର୍ବ ପର୍ବାଣୀ ଆମର ପରିଚୟ ” ବିଷୟ କୁ ନେଇ ଅନୁଷ୍ଠିତ ପ୍ରତିଯୋଗୀତାରେ ପ୍ରଥମ, ଦ୍ଵିତୀୟ , ତୃତୀୟ, ଚତୁର୍ଥ ଓ ପଞ୍ଚମ ପୁରସ୍କାର ପାଇଥିବା ବିଜେତାଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେହିପରି ୨ୟ ପର୍ଯ୍ୟାୟ Instagram Reels ପ୍ରତିଯୋଗୀତା ରେ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ପୁରସ୍କାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ବହୁ ଆଲବମ ନିର୍ମାତା, ଉଦୟମାନ ପ୍ରତିଭା କଳାକାର, ୟୁଟ୍ୟୁବର ଓ ଡିଜିଟାଲ କଣ୍ଟେଣ୍ଟ ତିଆରିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା I ଉତ୍ସବରେ ଓଡିଶା ସମେତ ଝାରଖଣ୍ଡ,ପଶ୍ଚିମବଙ୍ଗ ଓ ଆସାମର ବହୁ ମୁଣ୍ଡାରୀ କଳାକାରଙ୍କର ଦ୍ଵାରା ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ I
ଏଥିରେ ବହୁ ଫିଲ୍ମ ,ଆଲବମ୍, ଯାତ୍ରା ନିର୍ମାତା,ପ୍ରଯୋଜକ, ଲେଖକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତଜ୍ଞ, ଗାୟକ, ଗାୟିକା, କଳାକାର, ୟୁଟ୍ୟୁବର ଓ ଡିଜିଟାଲ କଣ୍ଟେଣ୍ଟ ତିଆରିକାରୀ ମାନେ ଯୋଗ ଦେଇଥିଲେ I
ଏହି ଉତ୍ସବର ମଞ୍ଚ ପରିଚାଳନା ସାନୁ ସିଂ, ଆଦିତ୍ୟ ନାରାୟଣ ସିିିଂ, ମଧୁ ସିଂ, ଦିବ୍ୟଶ୍ରୀ ସିଂ, ସୂଚୀସ୍ମିତା ସିଂ ଓ ବିଷ୍ଣୁପ୍ରିୟା ସିଂ କରିଥିବା ବେଳେ ଉତ୍ସବର ଶେଷରେ ରବିନ୍ଦ୍ର ସିଂ କଚା ଧନ୍ଯବାଦ ଅର୍ପଣ କରିଥିଲେ I
ଏଥିରେ ସଂଗଠନର ସହ ସମ୍ପାଦକ ଗୌର ସିଂ, କୋଷାଧ୍ୟକ୍ଷ ନାଥ ସିଂ ବାରୁ, ଦୀପୁ ସିଂ, ଜାଗୁ ସିିଂ, ମହେଶ୍ୱର ସିଂ, ସିଲୁ ସିଂ ସମେତ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I
