
ମୈତ୍ରୀ ସଂଗଠନ ପକ୍ଷରୁ ସେଚ୍ଛାକୃତ ରକ୍ତ ଦାନ ଶିବିର
____________________
୨୪/୫/୨୬;(ନି.ପ୍ର): ସାରସକଣା:(ଅନୀଲ କୁମାର ସାହୁ)
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଭୁରୁଷାଣୀ ପଞ୍ଚାୟତ ପୁରୁଣାପାଣି ଜାମଶୋଳା ଠାରେ ଥିବା ମା’ ଶୀତଳା କ୍ଲବ କକ୍ଷ ରେ ଆଜି ୨୪ ତାରିଖ ରବିବାର ସକାଳେ ୭ ଘଟିକା ସମୟରେ ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂଘଭୂମ ଜିଲ୍ଲା ବହୋଡ଼ାଗୋଡ଼ାର ମୈତ୍ରୀ ସଂଗଠନ ପକ୍ଷରୁ ଏକ ଏକ ଦିବସୀୟ ସେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ କରିବା ପାଇଁ ଆସୁଥିବା ବ୍ୟକ୍ତିଙ୍କ ଠାରୁ ରକ୍ତ ସଂଗ୍ରହ କରିବା ପାଇଁ ଓଡ଼ିଶା ରକ୍ତ କେନ୍ଦ୍ର ବାରିପଦାର ଡ. ନିଲେଶ ଦାସଙ୍କ ସହିତ ତାଙ୍କ ଟିମ୍ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ନର୍ସିଂ ଅଫିସର ଛବି ମହାନ୍ତ , ଲେବରଟାରି ଟେକ୍ସିଆନ କଳ୍ପନା ସିଂ, ତଥ୍ୟ ସଂଗ୍ରହକାରୀ କରୁଣାକର ଦାସ, ଏଟେନ୍ ଡ଼େଣ୍ଟ ଶକୁନ୍ତଳା ମହାନ୍ତ ପ୍ରମୁଖ କର୍ମଚାରୀ ଗଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଉକ୍ତ ସେଚ୍ଛାକୃତ ରକ୍ତ ଦାନ ଶିବିରରେ ମୋଟ ୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ବାରିପଦା ରକ୍ତ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା । ରକ୍ତ ଦାନ ଶିବିରକୁ ମୈତ୍ରୀ ସଂଗଠନର ପ୍ରତିଷ୍ଠାତା ତଥା ସଚ଼ିବ ସନ୍ଦିପ ସାଓ ଙ୍କ ପରିଚାଳନାରେ ସଂଗଠନର ଡ. ସୁମନ ଘୋଷ, ଧର୍ମେନ୍ଦ୍ର ସାଉ, ପଙ୍କଜ କରଣ, ଅରିନ୍ଦମ ମହାପାତ୍ର , ପାର୍ବତୀ ଶଙ୍କର ବଟବ୍ୟାଲ , ରଞ୍ଜନ ସିଟ, ଦେବାଶିଷ ନାୟକ , ମଣ୍ଟୁ ନାୟକ , ଶଙ୍କର ମୁର୍ମୁ, ରିତେଶ ଜେନା, ଅନ୍ନବ କୁଇଲା, ଚ଼ନ୍ଦନ ମାଇତି, ଶୀତଳ ଦଣ୍ଡପାଟ, ଦେବବ୍ରତ ସିଟ୍ ଏବଂ ପଙ୍କଜ ପାଣ୍ଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏଥି ସହିତ ମୈତ୍ରୀ ସଂଗଠନ ପକ୍ଷରୁ ସମସ୍ତ ରକ୍ତ ଦାତାଙ୍କୁ ମାନପତ୍ର । ରକ୍ତ ଦାନ ସାଟିଫିକେଟ୍ ପ୍ରଦାନ କରାଯାଇଥିଲା । ଭଞ୍ଜଦୁତ ଖବର।
____________________
