ଗାନ୍ଧୀକଥା ରେ ଜୈବବିବିଧତା ଓ ହାତୀର ସୁରକ୍ଷା ପାଇଁ ଆହ୍ୱାନ …. ତା 24/05/2026 ରବିବାର ଦିନ, ଓଡିଶା ଗାନ୍ଧୀ ବିଚାର ପରିଷଦ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ, ସଦର ବ୍ଲକସ୍ଥ ମୈଦାନକେଲ ପଂଚାୟତର ପଡ଼ାଗ୍ରାମ ବଡ଼ପସୀ ଠାରେ ଠାରେ “ଗାନ୍ଧୀକଥା ” ଅନୁଷ୍ଠିତ ହୋଇଯାଇଛି l ପ୍ରଗତିଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦିକା ଶ୍ରୀମତୀ ରଞ୍ଜୁଲତା ମହାନ୍ତ ସଭାକାର୍ଯ୍ୟ ପରିଚାଳନା କରି କହିଲେ, ମୈଦାନକେଲ ପଂଚାୟତକୁ ସମ୍ପୂର୍ଣ ମଦମୁକ୍ତକରିବା ପାଇଁ ମହିଳାମାନେ ଆଗେଇ ଆସିବାକୁ ହେବ l ବକ୍ତା ଭାବରେ, ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧକ୍ଷ ତଥା କେନ୍ଦୁଝର ନାଗରିକ ମଞ୍ଚ ର ଉପସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି କହିଲେ, କେନ୍ଦୁଝର ର ଜୈବବିବିଧତା ସୁରକ୍ଷା ପ୍ରତି ବିପଦ ମାଡି ଆସୁଛି ଓ କେନ୍ଦୁଝର ରେ ଭୟଙ୍କର ଭାବରେ ବାୟୁମଣ୍ଡଳର ପରିବର୍ତନ ପାଇଁ ରୌଦ୍ର ତାପ ବଢ଼ି ବଢ଼ି ଚାଲିଛି l ଜଳ ସ୍ଥର କମିଯାଇଛି l ଖରା ଦିନରେ ବନ୍ୟଯାନ୍ତୁମାନେ ଜଙ୍ଗଲରେ ପାଣି ନ ପାଇ, ପାଣି ପିଇବା ପାଇଁ ଗାଁଆ ମୁହାଁ ହେଲେଣି l ହାତୀ ଭଳି ଶାନ୍ତ ଯିବ, କିଛି ସାମାଜିକ ଲୋକଙ୍କ ଅତ୍ୟାଚାରରେ ଅଶାନ୍ତ ହୋଇ ଗ୍ରାମ କୁ ଆସି କ୍ଷୟଖେତି କରୁଛି,ଘର ଭାଙ୍ଗୁଛି ଓ ଫସଲ ଉଜାଡି ଦେଉଛି l ଜଙ୍ଗଳରେ ହାତୀକୁ ଖାଦ୍ୟ ଅଭାବ ହେଲାଣି l ନିଆଁ ଆହୁରି ବିପଦ ସୃଷ୍ଟି କରୁଛି l ଗାଆଁ ପାଖ ଜଙ୍ଗଲରେ ରେ ମହୁଲି ଓ ହାଣ୍ଡିଆ ରାନ୍ଧିଲେ, ତାର ବାସନାରେ, ମଦଖାଇବାକୁ ହାତୀ ଗାଁଆ ମୁହାଁ ହେଉଛି l ଯଶୋଦା ନାୟକ, ଲବଙ୍ଗ ନାୟକ, ଦେବଯାନୀ ନାୟକ, ପିଙ୍କି ପାତ୍ର, ମନ୍ଦୋଦରୀ ମହାକୁଡ଼,ଭାରତୀ ନାୟକ, ବର୍ଷାରାଣୀ ମହାନ୍ତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଶେଷରେ ନିଷ୍ପତି ହେଲା,ଜଙ୍ଗଲ ଓ ବାଡ଼ିବଗିଚାରେ ଫଳନ୍ତି ବୃକ୍ଷ ରୋପଣ କରିବା, ଗ୍ରାମକୁ ସମ୍ପୂର୍ଣ ମଦ ମୁକ୍ତ କରିବା, ଜୈବବିବିଧତା ସୁରକ୍ଷା ଓ ସଂରକ୍ଷଣ କରିବା, ଜଙ୍ଗଲରେ ପୁଷ୍କରିଣୀ ଖୋଳିବାକୁ ଗ୍ରାମ ସଭାରେ ଯୋଜନା କରିବା ଏବଂ ସର୍ବୋପରି ହାତୀ -ମଣିଷ ଲଢେଇକୁ ପ୍ରଶମିତ କରିବାକୁ ସ୍ଥିର କରାଗଲା l ୱାର୍ଡ ମେମ୍ବର ଶ୍ରୀମତୀ ଜୋଛନା ନାୟକ ଅତିଥି ଓ ସମସ୍ତ ଅଂଶଗ୍ରହଣ କାରିମାନଂକୁ ମହତ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ l
