କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ସରକାରୀ ଶିକ୍ଷକଙ୍କ ଘରୋଇ ଟିଉସନ୍ ଉପରେ
ତା-୨୨/୫/୨୬
ଦଶରଥପୁର
ରିପୋର୍ଟର- ମାନସ କୁମାର ସାହୁ(ନି.ପ୍ର)
ସରକାରଙ୍କ କଢା ନିୟମକୁ ଫାଙ୍କି ଚାଲିଛନ୍ତି ଖୋଦ୍ ସରକାରଙ୍କ ଉଚ୍ଚ ବେତନ ପାଉଥିବା ଶିକ୍ଷକ/ଶିକ୍ଷୟିତୀ . ଘରୋଇ ଭାବେ ଟିଉସନ ନ କରିବାକୁ କଢା ନିୟମ ଥିବା ପ୍ରତି ସ୍ଵୀକାରୋକ୍ତି ଦେଉଥିବା ଶିକ୍ଷକ/ଶିକ୍ଷୟତ୍ରୀ ଟିଉସନକୁ ବ୍ୟବସାୟରେ ପରିଣତ କରିଛନ୍ତି. ବ୍ଳକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜାଣତରେ ଦଶରଥପୁର ବ୍ଲକରେ ଶତାଧିକ ସରକାରୀ ଶିକ୍ଷକ ଘରୋଇ ଟିଉସନକୁ ଆପଣେଇଥିବା ଅନୁସନ୍ଧାନ ରୁ ଖବର ମିଳିଛି. ଖାଲି ଶିକ୍ଷକ ଶିକ୍ଷୟିତ୍ରୀ ଟିଉସନ କରୁଛନ୍ତି ତା ନୁହେଁ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ଟିଉସନକୁ ଆପଣାଇ ମାସକୁ ମାସ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଗଣମାଧ୍ୟମ ଜାଣୁଥିବା ବେଳେ କେମିତି ଶିକ୍ଷା ଅଧିକାରୀ ଜାଣୁ ନାହାନ୍ତି ତାହା ସନ୍ଦେହ ସୃଷ୍ଟି କରିଛି. ଘରୋଇ ଭାବେ ଟିଉସନ କରିବା ଦ୍ୱାରା ଛାତ୍ର ଛାତ୍ରୀ ବହୁଳ ଭାବରେ ପ୍ରଭାବିତ ହେଉଥିବା ଅଭିଯୋଗ ଆସୁଛି. ଘରୋଇ ଟିଉସନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରତିବର୍ଷ ଶିକ୍ଷକଙ୍କ ଠାରୁ ଆଗୁଆ ଚୁକ୍ତିନାମା ରେ ସ୍ୱାକ୍ଷରିତ କରି ନେଇଯାଉଛନ୍ତି. ମାତ୍ର ସବୁ ଆଇନକାନୁନ୍ କୁ ଫାଙ୍କି ଦଶରଥପୁର ବ୍ଲକର ମୁଖ୍ୟ ମୁଖ୍ୟ ଛକ ବଜାରରେ ଓ ଦୈନିକ ନିଜ ଘର ଆଗରେ ଶହ ଶହ ପିଲାଙ୍କୁ ଟିଉସନ କରାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ନଜରକୁ ଆସିଛି. ଯଦି କେହି ପିଲା ଟିଉସନ ହେବେ ନାହିଁ ଭବିଷ୍ୟତରେ ଦାୟୀ ହେବେ ନାହିଁ ବୋଲି ଧମକ ଭଳି ବ୍ୟବହାର କରାଯାଉଛି. ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଟିଉସନ ଲୋଭୀ ଶିକ୍ଷକ କେଉଁ ପିଲା କେଉଁ ବିଦ୍ୟାଳୟରେ ଆଡ଼ମିସନ୍ କରିବେ ତାହା ଏହି ଟିଉସନ କରୁଥିବା ଶିକ୍ଷକ ସ୍ଥିର କରିବା ଭଳି ଘଟଣା ଓ ଚାପ ଅଭିଭାବକଙ୍କୁ ଚ଼ିନ୍ତାରେ ପକାଇଛି. ଶିକ୍ଷାଦାନ କୁ ଚାପମୁକ୍ତ କରିବାକୁ ସରକାର ଯୋଜନା କରୁଥିବା ବେଳେ କିଛି ଅସାଧୁ ଲାଭଖୋର ଓ ବ୍ୟବସାୟ ମାନସିକତା ରଖିଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଇଁ ଦିଗହରା ହେବାରେ ଲାଗିଛି. ଦଶରଥପୁର ଅଞ୍ଚଳର ଶିକ୍ଷାଦାନର ସଉଦା କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଦେଇ ସରକାରଙ୍କ ମୌଳିକ ଶିକ୍ଷା ନିତୀରେ ବାଧକ ସାଜୁଥିବା ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ଶିକ୍ଷା ବ୍ୟବସାୟ ବନ୍ଦ କରିବାକୁ ଦାବି ହେଉଛି. ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେବାରେ ସହଯୋଗ କରିନଥିଲେ.
