ବୌଦ୍ଧ ଜିଲ୍ଲା ” ଭାରତ ସ୍କାଉଟ ଆଣ୍ଡ ଗାଇଡ କ୍ୟାମ୍ପୋରି ” ରାଜ୍ୟର ଶ୍ରେଷ୍ଠ କ୍ୟାମ୍ପୋରୀ ଭାବରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ l
ବୌଦ୍ଧ , ତା ୨୧/୦୬ ଲୋକସେବା ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ବୋୖଦ୍ଧ ଜିଲ୍ଲା ଭାରତ ସ୍କାଉଟ ଆଣ୍ଡ ଗାଇଡ କ୍ୟାମ୍ପୋରି ରାଜ୍ଯ ଶ୍ରେଷ୍ଠ କ୍ୟାମ୍ପୋରି ଭାବରେ ବିବେଚିତ ହୋଇ ସମ୍ବର୍ଦ୍ଧିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଏବଂ ହୋଷ୍ଟ ସ୍କୁଲ ମଉଲ୍ ଶିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେର ପ୍ରମୁଖ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପତି ଏବଂ ବିଦ୍ୟାଳୟ ଓ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଠାରୁ ରାଜ୍ୟ ପୁରସ୍କାର ଗ୍ରହଣ କରିଛନ୍ତି। ଏହି କ୍ୟାମ୍ପୋରୀ ୧୭.୧୨.୨୫ ରୁ ୧୯.୧୨.୨୫ ପର୍ଯ୍ୟନ୍ତ ତିନିଦିନ ଧରି ଖୁବ ସୁନ୍ଦର ଭାବରେ ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟ ମଉଲସିଙ୍ଗା ଠାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଜିଲ୍ଳାର ୮୬ ଜଣ ସ୍କାଉଟ ଏବଂ ୬୦ ଜଣ ଗାଇଡ ରାଜ୍ୟ ପୁରସ୍କାର ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ସ୍କାଉଟ ମାଷ୍ଟର ସୁଧୀର କୁମାର ଭୋଇ ଓ ଗାଇଡ଼ ଶିକ୍ଷକ ମମତା ଦାଶଙ୍କ ନେତୃତ୍ୱରେ ୪ ଜଣ ସ୍କାଉଟ ଏବଂ ୪ ଜଣ ଗାଇଡ ରାଜ୍ଯପାଳଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ରାଜ୍ୟ ସ୍ତରରେ ବୋୖଦ୍ଧ ଶିକ୍ଷା ବିଭାଗର ଏଭଳି ଅନନ୍ୟ ସଫଳତା ବୋୖଦ୍ଧ ଜିଲ୍ଲାକୁ ଅନେକ ଗୌରବ ଆଣିଦେଇଛି ।
