ପୌରାଧକ୍ଷ୍ୟ ଙ୍କ ବାସଗୃହ ରେ ବୋମା ମାଡ ଭଞ୍ଜନଗର ଅଶାନ୍ତ ।
ଭଞ୍ଜନଗର-୨୨/୦୫(ପ୍ରଫୁଲ୍ଲ କୁମାର ମହାରଣା)
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌରାଧକ୍ଷ୍ୟ ଗୋପବନ୍ଧୁ ମହାପାତ୍ର ଙ୍କ ବାସ ଗୃହ କିଛି ଦୁର୍ବୁତ୍ତ ବୋମା ରେ ଆକ୍ରମଣ କରିଥିଲେ।କାଲି ରାତ୍ର ପ୍ରାୟ ୧୨ଟା ସମୟରେ ଚାରୋଟି ବାଇକ ରେ ଆଠ ଜଣ ବ୍ୟକ୍ତି ଆସି ଘର ଉପରକୁ ବୋମା ଫିଙ୍ଗି ଥିଲେ।ସେହି ସମୟରେ ଗୋପବନ୍ଧୁ ମହାପାତ୍ର ଘରେ ନ ଥିଲେ କିନ୍ତୁ ଘରେ ପରିବାର ସଦସ୍ୟ ମାନେ ଥିଲେ।ଏହି ଆକ୍ରମଣ ପରେ ପରିବାର ଲୋକେ ଭୟରେ ଥିଲା ବେଳେ ଭଞ୍ଜନଗର ଅଞ୍ଚଳରେ ଅଶାନ୍ତ ହୋଇ ପଡିଛି। ସୂଚନାଯୋଗ୍ୟ ଯେ ଚଳିତ ମାସ ୨୦ ତାରିଖରେ ଠାକୁରାଣୀ ଯାତ୍ରା ସାରି ଥିବା ବେଳେ ଠାକୁରାଣୀ ଯାତ୍ରା ସମୟରେ କିଛି ଅସାମାଜିକ ଯୁବକଙ୍କ ମଧ୍ୟରେ ଛକା ପଞ୍ଜା ହୋଇଥିଲା।ଭଞ୍ଜନଗର ଶ୍ରୀଯୁକ୍ତ ଗୋପ ବନ୍ଧୁ ମହାପାତ୍ର ପୋୖରାଧ୍ୟକ୍ଷ ହେଲା ପରେ ଭଞ୍ଜନଗର ର ବିକାଶ ଆଶା ଠାରୁ ଅଧିକ ହୋଇଛି ଓ ଗୋପବନ୍ଧୁ ଙ୍କ ଲୋକ ପ୍ରିୟତା ବୃଦ୍ଧି ପାଇଥିବା ବେଳେ କିଛି ଅସହିଷ୍ଣୁ ରାଜନୀତିକ ବ୍ୟକ୍ତି ସହ୍ୟ କରି ପାରିନାହାନ୍ତି।ଆଜିର ଏହି ଘଟଣା ପରେ ଭଞ୍ଜନଗର ପୋଲିସ ସତର୍କତା ଅବଲମ୍ବନ କରିବା ସହ ଭଞ୍ଜନଗର ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି।କିନ୍ତୁ ଆଜିର ଘଟଣା କେଉଁ କାରଣ ରୁ ହୋଇଛି ତାହା ତଦନ୍ତ ସାପେକ୍ଷ।ଗତ କିଛିଦିନ ହେଲା ଗଞ୍ଜାମ ଅଶାନ୍ତ ହୋଇଛି।ଖୁଲମଖୁଲା ଅପରାଧୀ ମାନେ ରାଜନୀତିକ ଛାତ୍ରଛାୟା ତଳେ ରହି କରୁଛନ୍ତି ଅପରାଧ।ତେଣୁ କେବେ ଓ କେମିତି ଏହି ଅପରାଧୀଙ୍କ ହାତରେ ଲାଗିବ ହାତ କଡ଼ି ତାହା ଦେଖିବାକୁ ବାକି ରହିଲା।
