*ନୂଆପଡ଼ାରେ PCPNDT ଆଇନ ଉପରେ ସମୀକ୍ଷା ବୈଠକ। ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବାକୁ କଡ଼ା ପଦକ୍ଷେପ*
ନୂଆପଡା( ମିଖାଏଲ ନନ୍ଦ)
ତା:୨୨.୦୫.
ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ଭଳି ସମାଜ ବିରୋଧୀ କାର୍ଯ୍ୟକଳାପକୁ ରୋକିବା ଉଦ୍ଦେଶ୍ୟରେ Pre-Conception and Pre-Natal Diagnostic Techniques (PCPNDT) Act, 1994 ର କଡ଼ାକଡ଼ି ପାଳନକରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସରକାରୀ ଡାକ୍ତରଖାନା ଏବଂ ବେସରକାରୀ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ର ମାଲିକ ଓ କାର୍ଯ୍ୟରତ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ। PCPNDT ଆଇନର ବିଭିନ୍ନ ନିୟମାବଳୀ, ଆଇନଗତ ଦାୟିତ୍ୱ ଓ ଉଲ୍ଲଂଘନ କଲେ ହେବାକୁଥିବା କଠୋର ଦଣ୍ଡ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା।
ଗର୍ଭପାତ ପାଇଁ କୌଣସି ବ୍ୟକ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କୁ ସମ୍ପର୍କ କଲେ, ସେହି ସମସ୍ତ ତଥ୍ୟ ଗୋପନୀୟ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜୀବନ ପ୍ରତି ବିପଦ ଦେଖାଇ ଅବୈଧ ଗର୍ଭପାତ କରାଯାଉଛି କି ନାହିଁ, ସେଥିପାଇଁ ସିଡିଏମଓଙ୍କୁ ବିଶେଷ ଅଧ୍ୟୟନ କରିବାକୁ ମଧ୍ୟ କହିଥିଲେ। ଏହି ସମୀକ୍ଷା ବୈଠକ ପ୍ରତି ଦୁଇ ମାସରେ ଥରେ ଆୟୋଜନ କରାଯିବା ପାଇଁ ଜିଲ୍ଲାପାଳ କହିଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ମେଡିସିନ୍ ସ୍ପେସାଲି ଯୋଗଦେଇଥଲେ
