ପୋଲିସ୍ କନେଷ୍ଟବଳଙ୍କ ହେଇଗଲେକି ତହସିଲଦାର
ପୋଖରୀ ମଝିରେ ବସେଇଲେ ବାଡ, ଭାଙ୍ଗିଲେ ଇଡା ବନ୍ଧ,
ବ୍ୟକ୍ତିଗତ ପାଇଁ ପୋଖରୀ ଇଡାକୁ କଲେ ରାସ୍ତା
ବଡ଼ସାହି……ଭୀମଦା ପଞ୍ଚାୟତର ରତନପୁର ଗ୍ରାମରେ ଏବେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ପ୍ରଥମେ ପୋଖରୀ ମଝିରେ ବାଡ଼ବସିଲା ପରେ ନିଜ ଫାର୍ମହାଉସକୁ ଯିବାପାଇଁ ଆଡି ବନ୍ଧକୁ କାଟି ରାସ୍ତା କରିଛନ୍ତି ପୋଲିସ୍ କନେଷ୍ଟବଳ। ପ୍ରକାଶଥାଉକି ରତନପୁର ଗାଁର ନାରଣପଦ୍ଧାନ ପୋଖରୀ ପୁନରୁଦ୍ଧାର ପାଇଁ ୫ ଲକ୍ଷ୍ୟ ଅଟକଳ ମୂଲ୍ୟର ଏକ କାର୍ଯ୍ୟ ଆସିଅଛି। ଏହାର ଫଳିକ କାର୍ଯ୍ୟ ଦେଖି ସମ୍ପୃକ୍ତ ପୋଲିସ୍ କନେଷ୍ଟବଳ ତରବରିଆ ଭାବେ ପୋଖରୀ ମଝିରେ ବାଡ ବସାଇଥିଲେ। ଏହାକୁ ପ୍ରତିବାଦ କରି ପଞ୍ଚାୟତ ଅଧିକାରୀ ଏବଂ ବଡସାହି ବିଡିଓ ତହସିଲଦାରଙ୍କୁ ଦୃଷ୍ଟିଗୋଚର କରିଥିଲେ। ପରେ ଆରଆଇ ଏହାକୁ ଜଙ୍ଗଲ ଜମି ଦର୍ଶାଇ ଏହାର ତଥ୍ୟ ଜଙ୍ଗଲ ବିଭାଗ ଦେବ କହିଥିଲେ। କିନ୍ତୁ ଏବେ ସର୍ବସାଧାରଣ ପୋଖରୀ ଆଡିକୁ ଭାଙ୍ଗି ନିଜ ଗମନାଗମନ ପାଇଁ ରାସ୍ତା କରିବା ଏବଂ ବଳକା ମାଟିକୁ ବିକ୍ରି କରିବା ସହ ନିଜ ଜମିକୁ ସୁରକ୍ଷିତ ରଖିବା ପାଇଁ ଚତୁର୍ପାର୍ଶ୍ୱରେ ମାଟି ପକାଇଛନ୍ତି।ଆଦିବାସୀ ବହୁଳ ଅଞ୍ଚଳରେ ପୋଲିସ ବାବୁ ଆଇନ ପାଠ ପଢ଼ାଇବା ସହ ନାଲି ଆଖି ଦେଖାଇଚାଲିଛନ୍ତି ।ପୂର୍ବତନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗରଖି ଥିବା ସମୟରେ ବିଭିନ୍ନ ଦଳର ନେତା ଏବଂ ଅଧିକାରୀଙ୍କ ସହିତ ସୁସମ୍ପର୍କ ରହିଥିଲା। ଏହାକୁ ପାଥେୟ କରି ସବୁସମୟରେ ଅଞ୍ଚଳରେ ନିଜର ଦବଙ୍ଗ ଗିରି କରିଥାନ୍ତି। ଏବେ ଉଭୟ ଦମ୍ପତି ବାରିପଦା ଠାରେ ପୋଲିସ ଚାକିରି କରୁଥିବା ବେଳେ। ପ୍ରାୟତ ସମ୍ପୃକ୍ତ ପୋଲିସ କନ୍ଟେବଳ ଅଞ୍ଚଳରେ ଥାଇ ରାଜନୀତି ବ୍ୟସ୍ତ ରୁହନ୍ତି। ବର୍ତ୍ତମାନର ସରକାର ମନରେଗା ଯୋଜନାକୁ ଉଚ୍ଛେଦ ପୂର୍ବକ ଭିଭିଜିରାମଜି ବିକଳ୍ପ କରି ଗ୍ରାମାଞ୍ଚଳର ଶ୍ରମିକଙ୍କୁ ନିୟୋଜିତର ବ୍ୟବସ୍ତା କରୁଥିବା ବେଳେ ଏଠି ଜଣେ ପୋଲିସ କର୍ମଚାରୀ ସରକାରୀ ଯୋଜନାକୁ ପ୍ରତିବନ୍ଧକ କରୁଛନ୍ତି। ଯାହା ଦ୍ୱାରା ସ୍ଥାନୀୟ ଗ୍ରାମବାସୀ ଅସୁବିଧାରେ ପଡୁଛନ୍ତି। ଏହା ତ୍ରିକୋଣୀୟ ଭାବେ ଜଙ୍ଗଲ, ରାଜସ୍ୱ, ଏବଂ ତାଙ୍କର ବ୍ୟକ୍ତିଗତ ଜମି ରହିଛି। ଏହାର ସଠିକ୍ ସୀମା ନିର୍ଦ୍ଧାରଣ ବ୍ୟବସ୍ଥା ନହୋଇ ପୂର୍ବଜ କାଳରୁ ଥିବା ପୋଖରୀ ମଧ୍ୟରେ ବାଡ ବସାଇବା ସହ ଇଡା ଭାଙ୍ଗିବା ଏବଂ ବିଭିନ୍ନ ସମୟରେ ଫାର୍ମ ହାଉସରେ ଅସାମାଜିକ କାର୍ଯ୍ୟକଳାପ ଗ୍ରାମବାସୀ ଗ୍ରହଣ କରିପାରୁ ନାହାନ୍ତି। ଆଗକୁ ବର୍ଷା ଦିନ ଆସୁଥିବା ହେତୁ ପୋଖରୀ ପାଣି ଉଛୁଳି ଯିବ ପରେ ଖରା ଦିନରେ ଏହା ଶୀଘ୍ର ଶୁଖିଯିବା ଭୟ ମନରେ ଆଶଙ୍କା ରହୁଛି।ଯଦି ସରକାର ଏଥି ପ୍ରତି ଦୃଷ୍ଟି ନକରନ୍ତି ତାହେଲେ ପୋଲିସ ବାବୁଙ୍କୁ ଉଚିତ୍ ଆଇନ ପାଠ ପଢ଼ାଇବା ସହ ତାଙ୍କ ନାଲି ଆଖିକୁ ନଡରି ।ରାଜରାସ୍ତା ଅବରୋଧ କରି ଆଇନକୁ ହାତକୁ ନେବା ପାଇଁ ସ୍ଥାନୀୟ ବାସିନ୍ଦା ଅଣ୍ଟା ଭିଡ଼ିଛନ୍ତି।
