ମଠକାରଗୋଳା ମହାବିଦ୍ୟାଳୟର ସଫଳତା
କାମାକ୍ଷାନଗର , ମଠକରଗୋଳା ମହାବିଦ୍ୟାଳୟ ର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସଫଳତା ହାସଲ କରିଛି l ମହାବିଦ୍ୟାଳୟ ପକ୍ଷରୁ ଉଚ୍ଚ ମାଧ୍ୟମିକ ପରୀକ୍ଷାର କଳା ବିଭାଗରେ ୨୮୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୬୯ ଜଣ ପ୍ରଥମ ଶ୍ରେଣୀ, ୪୬ ଜଣ ଦ୍ୱିତୀୟ ଶ୍ରେଣୀ , ୧୪୫ ତୃତୀୟ ଶ୍ରେଣୀ ରେ ରହିଛନ୍ତି l କଳା ରେ ୯୨ ପ୍ରତିଶତ ହୋଇଥିବାର ଜଣାଯାଇଛି l ସେହିପରି ବିଜ୍ଞାନ ବିଭାଗରେ ୧୨୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୮୭ ଜଣ ଥିବା ବେଳେ ୩୭ ଜଣ ଦ୍ୱିତୀୟ ଓ ୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଛାତ୍ରୀ ରାଣୀ ରତ୍ନାପ୍ରଭା ତ୍ରିପାଠୀ ୫୫୨ ନଂ ରଖିଥିବା ବେଳେ ପାସ ହାର ୯୨ ପ୍ରତିଶତ ରଖି ଅନୁଷ୍ଠାନର ସର୍ବଶ୍ରେଷ୍ଠ ଛାତ୍ରୀ ଭାବେ ଗୌରବ ହାସଲ କରି ପାରିଛନ୍ତି l ସେହିପରି ବାଣିଜ୍ୟ ବିଭାଗ ରେ ୨0 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି l ତନ୍ମଧ୍ୟରୁ ୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ ଜଣ ଦ୍ୱିତୀୟ ଶ୍ରେଣୀ ଓ ୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାର ଜଣାଯାଇଛି l
