ପାରଳା ବିଧାୟକଙ୍କ କାଶୀନଗର ଏନ ଏ ସି ର ଉନ୍ନୟନ ମୂଳକ କାର୍ଯ୍ୟ ମାନଙ୍କର ସମୀକ୍ଷା।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ବୈଠକ ଅଧ୍ୟକ୍ଷା ଏମ.ସୁଧାରାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା. ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ , ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେ.ଦିବ୍ୟ ରଞ୍ଜନ, ଅତିରିକ୍ତ ସହକାରୀ ଯନ୍ତ୍ରୀ ରଜତ କୁମାର ପାଢ଼ୀ ମଂଚାସୀନ ଥିବା ବେଳେ ଅଧିକାଂଶ କାଉନ୍ସିଲର ଉପସ୍ଥିତ ଥିଲେ.ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଗୋଷ୍ଠୀ ସଂଗଠିକା ଉଜ୍ଜଲତା ସୁଆଲସିଂ ଓ ଏକାଉଣ୍ଟଟ ଶିବ ପ୍ରସାଦ ମହାଙ୍କୁଡ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ . ବୈଠକ ରେ ପରିଷଦ ମଧ୍ୟରେ ଥିବା ବିଭିନ୍ନ ୱାର୍ଡର ସମସ୍ୟା ସବୁ ବିଷୟରେ ସମୀକ୍ଷା କରିବା ସହ ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା. କାଶୀନଗର ବସ ଷ୍ଟାଣ୍ଡ ନିକଟରେ ଏକ ଆହାର କେନ୍ଦ୍ର ମଞ୍ଜୁରୀ କରିବା ପାଇଁ ବିଧାୟକଙ୍କ ନିକଟରେ ଉପସ୍ଥାପନା କରିଥିଲେ ଏବଂ ପରିଷଦ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ବିବରଣୀ ବିଷୟରେ ବିଧାୟକ ଅବଗତ ହୋଇ କାମ ଚାଲୁ ରହି ଥିବା ପରିଷଦ ସମ୍ମୁଖ ପୋଖରୀର (ମୁସାଲି ନାଇଡ଼ୁ ଟାଙ୍କି) ସୌନ୍ଦର୍ଯ୍ୟ କରଣ କାମ ସମୀକ୍ଷା କରିବା ସହ ପୋଖରୀ ର ସୌନ୍ଦର୍ଯ୍ୟ କରଣ ପାଇଁ ବହୁ ଅନୁଦାନ ଖର୍ଚ୍ଚ ହୋଇଥିବା ସତ୍ୱେ କୌଣସି ଆଖି ଦୁସିଆ ଉନ୍ନତି ପୋଖରୀର ହୋଇ ନ ଥିବା ରୁ ବିଧାୟକ କ୍ଷୁବ୍ଧ ହୋଇ
ବର୍ତମାନ କାମ ଠିକ ଭାବେ କରି ଅନୁଦାନ ର ସଠିକ ବିନିଯୋଗ କରିବାକୁ ଉପସ୍ଥିତ ଥିବା ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ. ଏହା ସହ ଅନ୍ୟ ସବୁ କାମ ସବୁ ମଧ୍ୟ ଠିକ ଭାବେ ହୋଇଛି କି ନାହିଁ ତାହା ତଦାରଖ କରିଥିଲେ. ଅଧ୍ୟକ୍ଷା ସୁଦ୍ଧା ରାଣୀ ଉପସ୍ଥିତ ଥିବା ସଭ୍ୟ ଓ ସଭ୍ୟା ମାନଙ୍କ ୱାର୍ଡର ସମସ୍ତ ଉନ୍ନୟନ ମୂଳକ କାମ ସବୁ ତ୍ୱରାନ୍ୱିତ କରି ଖୁବ ଶୀଘ୍ର ସାରିବାକୁ ଯନ୍ତ୍ରୀଙ୍କୁ କହିଥିଲେ. ପରିଷଦର ଉନ୍ନତି ସକାଶେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ 10 ଲକ୍ଷ ଟଙ୍କାର ବିଧାୟକ ପାଣ୍ଠି ମଞ୍ଜୁରୀ କରିବା ପାଇଁ ଅଧ୍ୟକ୍ଷା ଓ ୱାର୍ଡ ସଭ୍ୟ ସଭ୍ୟା ମାନେ ଅନୁରୋଧ କରିଥିଲେ।
