ରାଜ୍ୟର ଟପ୍ପର ଛାତ୍ର ପାର୍ଥସାରଥୀ ଖିଲାର (ରିପୋର୍ଟ -ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ଗନ୍ଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମର ପ୍ରସନ୍ନ କୁମାର ଖିଲାରଙ୍କ ପୁତ୍ର ପାର୍ଥସାରଥୀ ଖିଲାର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜ୍ୟର ଟପ୍ପର 600-598 ମାର୍କ ରଖି ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ଗନ୍ଦିଆ ବ୍ଲକ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି, ସେ ଇ-ଟେକ ଆବାସିକ ବିଦ୍ୟାଳୟ ରେ ଅଧୟନ କରୁଥିଲେ, ତାଙ୍କର ପିତାଜଣେ ଚାଷୀ ଅଟନ୍ତି l ଜୀବନରେ ସଫଳତା ମାର୍ଗରେ ପହଞ୍ଚିବା ପାଇଁ ପାର୍ଥ କୁହନ୍ତି ବାପା ମାଙ୍କ ଆଶ୍ରିବାଦ ଓ ତାଙ୍କ କଥା ମାନି ଚଳିଲେ ସେ ନିଚ୍ଛୟ ସଫଳତା ପାଇପାରିବ ଇ-ଟେକ ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ଅଧକ୍ଷ ତଥା ଅଧ୍ୟାପକ ମାନଙ୍କ ପ୍ରଚେଷ୍ଠାକୁ ସାଧୁବାଦ ଜଣାଇଛି,ଓ ସେ ଭବିଷ୍ୟତରେ ଜଣେ ଶିକ୍ଷକତା ବୃତ୍ତି କରିବେ ବୋଲି ଆଶା ରଖିଛନ୍ତି l ଭଞ୍ଜଦୂତ ଖବର ତରଫରୁ ପ୍ରଭୁ ମହିମା ଗୋସାଇଁ ଙ୍କ ନିକଟରେ ପ୍ରାର୍ଥନା କରିକି ପାର୍ଥସାରଥୀ ତାଙ୍କ ଜୀବନରେ ସେ ଜଣେ ଭଲ ମଣିଷ ହୋଇ ଏ ଦେଶର ମଣିଷ ସମାଜର ନାଁ ରଖନ୍ତୁ l ଜୟ ଜଗନ୍ନାଥ ll
