(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
Breaking news…………..
ଭିଜିଲାନ୍ସ ଚଢ଼ାଉରେ ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର,ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ |
Anchor – କଳାହାଣ୍ଡି ଜିଲ୍ଲାରେ ପୂର୍ତ୍ତ ବିଭାଗର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି।ମଙ୍ଗଳବାର ସକାଳ ପ୍ରାୟ ୬ଟାରୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଏକାଧିକ ସ୍ଥାନରେ ଏକାସାଥିରେ ଚଢ଼ାଉ ଆରମ୍ଭ କରିଥିବା ସୂଚନା ମିଳିଛି।
ସୂଚନାନୁସାରେ,କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭୁବନେଶ୍ୱର ଶବର ଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଆଜି ଚଢ଼ାଉ କରାଯାଇଛି।
ଭିଜିଲାନ୍ସ ଟିମ୍ ସଦର ବ୍ଲକ୍ ଗୋଷାଣୀମୁଣ୍ଡାସ୍ଥିତ ବାସଭବନ, କୁସୁମଖୁଣ୍ଟି ରେ ଥିବା ପୈତୃକ ଘର,କିଟପଦର ସ୍ଥିତ ଫାର୍ମ ହାଉସ୍ ସହିତ ଧର୍ମଗଡ଼ ଓ ଭବାନୀପାଟଣାସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି।ଚଢ଼ାଉ ସମୟରେ ବିଭିନ୍ନ ଦଲିଲପତ୍ର,ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଓ ସମ୍ପତ୍ତିର କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ତେବେ ଚଢ଼ାଉ ଶେଷ ପରେ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି।
