*ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେଡି: ‘ନାରୀ ଅଧିକାର ଅଭିଯାନ’ ଜରିଆରେ ସରକାରଙ୍କୁ ଚେତାବନୀ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୯/୦୫
ନୂଆପଡ଼ା ଜିଲ୍ଲାରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ମହିଳାମାନଙ୍କ ହକ, ସୁରକ୍ଷା ଓ ସମ୍ମାନ ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆରମ୍ଭ ହୋଇଥିବା ‘ନାରୀ ଅଧିକାର ଅଭିଯାନ’ କ୍ରମରେ ଆଜି ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ନାରୀଙ୍କୁ ୩୩% ପ୍ରତିଶତ ସ୍ଥାନ ସଂରକ୍ଷଣ, ନାରୀ ନିର୍ଯାତନା ରୋକିବା ରେ ବିଫଳ ଏବଂ ସହ ବିଜେପି ସରକାର ବିରୋଧରେ ପ୍ରତିବାଦ ଅନୁଷ୍ଠିତ ହୋଇଅଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ମହିଳା ଏବଂ ପୁରୁଷ କର୍ମୀ ମାନେ ସାମିଲ ହୋଇଥିଲେ। ବିକ୍ଷୋଭ ସଭାରେ ବିଜେଡି ମହିଳା ସଭା ନେତ୍ରୀ ଶେଫାଳୀ ସଲାମା, ରାଜ୍ୟ ମହିଳା ଉପ ସଭାପତି ସରସ୍ୱତୀ ବାଗ,ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବହୁ କର୍ମୀ ଯୋଗ ଦେଇଛନ୍ତି।ଶତାଧିକ ମହିଳା କର୍ମୀ ଓ ଦଳୀୟ ନେତୃବୃନ୍ଦ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ଆନ୍ଦୋଳନର ମୁଖ୍ୟ କାରଣ ଓ ଅଭିଯୋଗ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅପରାଧ ଏବଂ ଅସୁରକ୍ଷିତ ପରିବେଶକୁ ନେଇ ବିଜେଡି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି।
ମହିଳା ଯୋଜନା ଅବହେଳା: ମିଶନ ଶକ୍ତି ଏବଂ ଅନ୍ୟାନ୍ୟ ମହିଳା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସରକାର ଅଣଦେଖା କରୁଥିବା ଦଳ ଅଭିଯୋଗ ଆଣିଛି।
ସ୍ଥାନୀୟ ପ୍ରସଙ୍ଗ ଖଡ଼ିଆଳ ବ୍ଲକ ଅଞ୍ଚଳର ଗ୍ରାମୀଣ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସାମାଜିକ ଓ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି।
ଏହି ସମାବେଶରେ ବିଜେଡିର ବହୁ ବରିଷ୍ଠ ନେତା, ମହିଳା ସଂଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଜନପ୍ରତିନିଧି ଯୋଗ ଦେଇଥିଲେ। ବିକ୍ଷୋଭ ଶେଷରେ ମହିଳାମାନଙ୍କ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଯଦି ଆଗାମୀ ଦିନରେ ଏହି ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଜିଲ୍ଲାର ପ୍ରତିଟି ବ୍ଲକରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି।
