ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଅନନ୍ତପୁର ଥାନା ସମ୍ମୁଖରେ ସୋର ବିଜେଡି ତରଫରୁ ଗଣବିକ୍ଷୋଭ
ସୋର, ୧୯/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଦିନକୁ ଦିନ ଓଡ଼ିଶାର ବଢୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ସୋର ବିଜେଡି ତରଫରୁ ଅନନ୍ତପୁର ଥାନା ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୋର ବିଧାୟକ ମାଧବ ଧଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣ ବିକ୍ଷୋଭ ସଭାରେ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ରାଜ୍ୟ ସମ୍ପାଦକ ଗିରିଶ ଚନ୍ଦ୍ର ଦାଶ,ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ,ବାହାନଗା ବ୍ଲକ ସଭାପତି ପ୍ରଦୀପ ଜେନା, ନଗର ସଭାପତି ସୁକାନ୍ତ ମିଶ୍ର,ନଗର କାର୍ଯ୍ୟକାରୀ ସଭାପତି ଲୋକନାଥ ରାଉତ,ବ୍ଲକ ଚେୟାରମ୍ୟାନ ଅନୁସୂୟା ମଲ୍ଲିକ,ପାରିଷଦ ସାହେବ ଖାନ କାଦ୍ରୀ, ରମେଶ ସିଂହ, ପବିତ୍ର ସେଠୀ, ପ୍ରାକ୍ତନ ପାରିଷଦ ସେକ ସୁଲତାନ, ମହିଳା ନେତ୍ରୀ ପୁଷ୍ପଲତା ଜେନା,ଅନନ୍ତପୁର ସେବା ସମବାୟ ସମିତି ସଭାପତି ସୁଚରିତା କର,ବିଶିକେଶନ ଦାଶ,ବଂଶୀଧର ପଣ୍ଡା,
ଅଶ୍ୱିନୀ ମହାପାତ୍ର,ସରପଞ୍ଚ ଅଶ୍ୱିନୀ ପଟ୍ଟନାୟକ,ମହେନ୍ଦ୍ର ପାତ୍ରଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ଏଥିରେ ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା, ଯୁବ, ଛାତ୍ର ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ।ଶେଷରେ ସୋର ବ୍ଲକ ବିଜେଡି ସଭାପତି ଶଙ୍କର୍ଷଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
