ପିକଅପ ଭ୍ୟାନ ଦୁର୍ଘଟଣା, ୨୧ ଗୁରୁତର
କାମାକ୍ଷାନଗର , କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳ – କାଠପାଳ ପୂର୍ତ୍ତ ବିଭାଗ ରାସ୍ତାର ବନ୍ଦାଣିଆ ଠାରେ ଏକ ପିକ ଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ ୨୧ ଜଣ ଆହତ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l କେଉଁଝର ଜିଲା ଘସିପୁରା ଅଞ୍ଚଳରୁ ଓଡି 0୪ ୟୁ ୧୩୭୭ ନଂ ଏକ ପିକଅପ ଭ୍ୟାନରେ ପ୍ରାୟ ୨୫ ଜଣ ବରଯାତ୍ରୀ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଳସପୁର ଗ୍ରାମକୁ ଆସୁଥିଲେ l ଆସିବା ବେଳେ ବିରାଶାଳ – କାଠପାଳ ପୂର୍ତ୍ତ ବିଭାଗ ରାସ୍ତା ର ବନ୍ଦାଣିଆ ଗ୍ରାମ ଠାରେ ପିକଅପ ଭ୍ୟାନର ପଛ ଚକା ଫାଟି ଯିବାରୁ ପିକଅପ ଭ୍ୟାନ ଟି ନିଜର ଭରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା l ଏହି ଦୁର୍ଘଟଣାରେ ଭ୍ୟାନ ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଲ
ଧର୍ମାନନ୍ଦ ସେଠି ଙ୍କ ଖବର
